ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୨୬ରେ ଶୁଭାରମ୍ଭ ହେବ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର 

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ୱର୍ଗତ ଜ୍ଞାନୀ ହୋତା ଓ ଚିତ୍ତ ରଞ୍ଜନ ହୋତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ଶାଖା ପକ୍ଷରୁ ଆସନ୍ତା ଜାନୁଆରୀ ୨୬ ସଧାରଣତନ୍ତ୍ର ଦିବସରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହି ଦିନ ମା ସୁରେଶ୍ଵରୀଙ୍କ ଠାରେ ପୂଜାର୍ଚ୍ଚନା ପରେ ସୋନପୁର ଘୋଡାଘାଟପଡ଼ା ( ମହାରଣା ପଡ଼ା) ଠାରେ ଏକ ମାଗଣା ସ୍ବାସ୍ଥ୍ୟ ଚିକିତ୍ସା ଶିବିରର ଶୁଭାରମ୍ଭ କରାଯିବ। ଏ ନେଇ ଆଜି ପ୍ରଫେସର୍ ଦତ୍ତେଶ୍ୱର ହୋତା ଙ୍କ ଅଧ୍ୟକ୍ଷତାରେ ଅବସର ପ୍ରାପ୍ତ ବିଚାରପତି ( ଓଡ଼ିଶା ହାଇକୋର୍ଟ) ଶ୍ରୀ ଚିତ୍ତ ରଞ୍ଜନ ଦାଶଙ୍କ ଉପସ୍ଥିତିରେ ତାଙ୍କ ସୋନପୁର ବାସଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ଅଞ୍ଚଳର ଗରିବ ଲୋକଙ୍କ ପାଇଁ ମାଗଣାରେ ପରୀକ୍ଷା ଓ ଚିକିତ୍ସାର ସୁ-ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୬ ତାରିଖ ଦିନ ସୋନପୁର ଘୋଡ଼ାଘାଟପଡ଼ାରେ ଥିବା ମା ଘର ଠାରେ ଶୁଭାରମ୍ଭ ହେବ ଏବଂ ପ୍ରଥମେ ତେଲେଣ୍ଡl ଓ ସେଲେଡି ଗାଁ ର ଗରିବ ରୋଗୀ ଙ୍କ ପାଇଁ ଚିକିତ୍ସା ସେବା ଓ ମାଗଣା ଔଷଧ ପ୍ରଦାନ କରାଯିବ। ପ୍ରତି ମାସ ଦ୍ବିତୀୟ ଶନିବାର ଓ ରବିବାର ଦିନରେ ଏହି ଘୋଡ଼ାଘାଟପଡ଼ା ‘ମା ଘର’ ସୋନପୁରରେ ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦିଆଯିବ ବୋଲି ଡ଼ା.ଦତ୍ତେଶ୍ୱର ହୋତା ପ୍ରକାଶ କରିଛନ୍ତି l ବୈଠକ ରେ ମା ସୁରେଶ୍ଵରୀ ଙ୍କ ଭକ୍ତ ତଥା ସମାଜସେବୀ ଶ୍ରୀବତ୍ସ ମଲ୍ଲିକ, ବୈକୁଣ୍ଠ ଶତପଥି, ପଠାନ କୁମାର ପଣ୍ଡା, ଶୈଳେନ୍ଦ୍ର ସାହୁ, ରବି ନାରାୟଣ ମହାପାତ୍ର, ପ୍ରଦୀପ ପୁରୋହିତ, ଅଭ୍ୟାଗତ ମହାପାତ୍ର, ସତ୍ୟ ନାରାୟଣ ତ୍ରୀପାଠୀ , ମନୋରଞ୍ଜନ ତ୍ରୀପାଠୀ ପ୍ରମୁଖ ଯୋଗଦେଇ ସ୍ବାସ୍ଥ୍ୟ ସେବା ଉପରେ ବିଭିନ୍ନ ପ୍ରସ୍ତାବ ରଖିଥିଲେ। ମା ଘର ର ପ୍ରତି କ୍ୟାମ୍ପରେ ୟୁରୋଲୋଜିଷ୍ଟ, ନେଫ୍ରୋଲୋଜିଷ୍ଟ, ଏଣ୍ଡୋକ୍ରିନୋଲୋଜିଷ୍ଟ ବିଭାଗ ର ପ୍ରଫେସର ଯୋଗ ଦେଇ ରୋଗୀଙ୍କ ଉତ୍ତମ ସେବାରେ ନ୍ୟସ୍ତ ରହିବେ ବୋଲି ପ୍ରଫେସର ହୋତା ତଥା ମ୍ୟାନେଜିଂ ଟ୍ରଷ୍ଟି ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.