ଷୋହଳ ଖଣ୍ଡିଆ ଗୋପାଳ ସମାଜର ନୂତନ ଗୃହ ଉଦ୍ଘାଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଷୋହଳ ଖଣ୍ଡିଆ ଗୋପାଳ ସମାଜ ମ.ରାମପୁର ତାଲୁକାର ନୂତନ ସମାଜ ଗୃହ ଉଦ୍ଘାଟନ ଉତ୍ସବ ସଭାପତି ପୀତବାସ ମହାଖୁଡଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ନର୍ଲା ବିଧାୟିକା ମନୋରମା ମହାନ୍ତି, ସମ୍ମାନୀତ ଅତିଥି ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ନର୍ଲା ବିଡ଼ିଓ ବିପିନ୍ ବିହାରୀ ଦୀପ, ମୁଖ୍ୟ ବକ୍ତା ଅଧ୍ୟକ୍ଷ କୃଷି ସୂଚନା ପରାମର୍ଶ ଉପଦେଷ୍ଟା କମିଟି ଭବାନୀପାଟଣା ସଚ୍ଚିଦାନନ୍ଦ ମହାଖୁଡ ଯୋଗ ଦେଇଥିଲେ । ମଞ୍ଚ ପରିଚାଳନା ଉପଦେଷ୍ଟା ରଜନୀକାନ୍ତ ମହାଖୁଡ କରିଥିଲେ । ଦ୍ୱିତୀୟ ଅଧିବେଶନରେ ମୁଖ୍ୟ ଅତିଥି ସଚ୍ଚିଦାନନ୍ଦ ମହାଖୁଡ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ଶିକ୍ଷକ ଇନ୍ଦ୍ରଜିତ ମହାଖୁଡ, ସମ୍ମାନୀତ ଅତିଥି ଅବସର ପ୍ରାପ୍ତ ଶିକ୍ଷକ ଲୋକନାଥ ମହାଖୁଡ ଯୋଗ ଦେଇଥିଲେ । ଏହି ଅବସରରେ ସମାଜ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ, ପୁରାତନ ଓ ନୂତନ କର୍ମକର୍ତ୍ତା, ସମାଜର ପ୍ରତିଷ୍ଠାତା, କାମନା ଦଣ୍ଡର ପ୍ରତିଷ୍ଠାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ରେ ସମ୍ପାଦକ ପଦ୍ମନାଭ ମହାଖୁଡ, ଉପସଭାପତି ନକୁଳ ମହାଖୁଡ, କୋଷାଧ୍ୟକ୍ଷ ବନମାଳୀ ମହାଖୁଡ ଓ କର୍ମକର୍ତ୍ତା ବୃନ୍ଦ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.