ଜାତୀୟ ପତାକା ବିକ୍ରି କରି ପ୍ରଶଂସା ସାଉଁଟିଛନ୍ତି ଶଶୀ ସାହୁ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ରାତି ପାହିଲେ ଦେଶ ପାଳିବ ୭୬ତମ ସାଧାରଣ ତନ୍ତ୍ର ଦିବସ। ଏଥିପାଇଁ ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ଚାରିଆଡେ ଚାଲିଛି ସାଜସଜ୍ଜା। ଏଥିପାଇଁ ବାଦ ପଡିନି ତୁମୁଡିବନ୍ଧ ବ୍ଲକ। ରଙ୍ଗ ବେରଙ୍ଗର ଜାତୀୟ ପାତାକ ସହ ଆଲୋକ ମାଳା ଝଲସି ଉଠୁଛି। ତେବେ ପୂରପଲ୍ଲୀରେ ଜାତୀୟ ପାତକା ନିଜସ୍ୱ ଖର୍ଚ୍ଚରେ ବଣ୍ଟନ କରି ଚର୍ଚ୍ଚାରେ ଅଛନ୍ତି ଶଶୀ ସାହୁ। ଶୀତ ହେଉକି ବର୍ଷା, ଯାତ୍ରା ହେଉ କିମ୍ବା କୌଣସି ପର୍ବପର୍ବାଣୀ ସବୁବେଳେ ଗ୍ରାହାକଙ୍କୁ ନୂଆ ନୂଆ ଡିଜାଇନର ଜିନିଷ ଯୋଗାଇ ଆସିଛନ୍ତି ଶଶୀ ସାହୁ। ତାହା ମଧ୍ୟ ସୁଲଭ ଦରରେ. ଏବେ ନିଜସ୍ୱ ଖର୍ଚ୍ଚ ରେ ଜାତୀୟ ପତାକା ଲୋକଙ୍କୁ ବଣ୍ଟନ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି। ଖାଲି ଜାତୀୟ ପତାକା ନୁହେଁ ଦୀପାବଳିରେ ଭଳିକି ବାଣ, ମହା ଶିବ ରାତ୍ରିରେ ଖେଳଣା, ଫଗୁଣ ମାସରେ ଫଗୁ ବଣ୍ଟନ, ବୋଇତ ଅମାବାସ୍ୟା ରେ ବୋଇତ ବଣ୍ଟନ କରି ଲୋକଙ୍କ ପ୍ରଶଂସା ସାଉଁଟିଛନ୍ତି। ବିକ୍ରି ହେଉଥିବା ଜିନିଷରୁ ଅର୍ଦ୍ଧାଧିକ ଲାଭାନ୍ସ ସର୍ବଦା ଲୋକଙ୍କୁ ବଣ୍ଟନ କରିଆସୁଛନ୍ତି। ଏବେ ଆଦିବାସୀ ଅଂଚଳରେ ଜାତୀୟ ପତାକା ବଣ୍ଟନ କରି ବେଶ ଚର୍ଚ୍ଚାରେ ଅଛନ୍ତି ଶଶୀ ସାହୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.