ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମ ଠାରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଶନିବାର ରେଡ ଟେନିସ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଛି। ପୂର୍ବତନ ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଖେଳକୁ ଉଦଘାଟନ କରି ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେl ଉଦଘାଟନୀ ମ୍ୟାଚ୍ ଖଲିଆଭଟା ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜୁନାଗଡ଼ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭରରେ ୬ ୱିକେଟ୍ ହରାଇ ୧୦୨ ରନ୍ ସଂଗ୍ରହ କରିଥିଲା। ଜବାବରେ ଖଲିଆଭଟା ଟିମ୍ ପଡିଆକୁ ଓହ୍ଲାଇ ୧୦ ଓଭରରେ ୫ ୱିକେଟ୍ ହରାଇ ୭୨ ରନ୍ ସଂଗ୍ରହ କରିଥିଲା। ଜୁନାଗଡ଼ ଟିମ ୩୦ ରନ ରେ ମ୍ୟାଚ୍ର ବିଜେତା ହୋଇଛି। ଅମ୍ପିଆର ଭାବରେ ହିରଣ୍ୟ ବେହେରା ଓ ଦୟା କର ଖେଳ ପରିଚାଳନା କରିଥିଲେ। ମିହିର ପଣ୍ଡା ସ୍କୋର ବୋର୍ଡ ଦାୟିତ୍ୱ ନିର୍ବାହ କରିଥିଲେ।ଅଜୁ ନାଏକ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେl ଆୟୋଜକ ଅନୁଷ୍ଠାନର ତୋଫାନ କର, କିଶୋର ରେଡ୍ଡୀ, ଭାଗ୍ୟବାନ ପୁଝାରୀ,ଡିଙ୍ଗର, ହର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.