ବିଇଓଙ୍କ ଗସ୍ତ ବେଳେ କେହି ଉପସ୍ଥିତ ନ ଥିଲେ
ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ୍ ଶିକ୍ଷା ବିଭାଗ ଅଧୀନ ୩ ଟି ସ୍କୁଲରେ କାର୍ଯ୍ୟରତ ଥିବା ୪ ଜଣ ଶିକ୍ଷକଙ୍କୁ ନିଜ ଦାୟିତ୍ବରେ ଅବହେଳା ପାଇଁ ନିଲମ୍ବିତ କରାଯାଇଛି। ସେମାନେ ହେଲେ ଲଖନାପଡ଼ା ସ୍କୁଲର ପ୍ରଧାନ ଶିକ୍ଷକ କନ୍ଦର୍ପ ନାଏକ, ବିଜରାଦର ସ୍କୁଲର ସହକାରୀ ଶିକ୍ଷକ କୌଶିକ ବେମାଲ, ସୋମନାଥ ପ୍ରଧାନ ଓ ବେହେରାଗୁଡା ସ୍କୁଲର ସହକାରୀ ଶିକ୍ଷକ ସୁନାସିର। ଗତ ୨୦ ତାରିଖ ଦିନ ଜୁନାଗଡ ବିଇଓ ତପନ ମାଝୀ ଅଚାନକ ସ୍କୁଲ ଗସ୍ତ ରେ ଯାଇଥିବା ବେଳେ ଉପରୋକ୍ତ କୌଣସି ଶିକ୍ଷକ ଉପସ୍ଥିତ ନ ଥିବାରୁ ସମସ୍ତ ଙ୍କୁ ବିଇଓ ମାଝୀ ନିଲମ୍ବିତ କରିଥିବା ଜଣାପଡିଛି।