ଜାତୀୟ ଭୋଟର ଦିବସ ଅବସରେ ଡାବୁଗାଁରେ ଭୌରବ ଉଚ୍ଚ ମଧ୍ୟକମିକ ବିଦ୍ୟାଳୟ ତରଫରୁ ସଚେତନତା ରେଲି ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ନବରଙ୍ଗପୁର: ଜାନୁଆରୀ ୨୫ ଜାତୀୟ ଭୋଟର ଦିବସ।ଏହି ଅବସରରେ ଡାବୁଗାଁ ବ୍ଲକ ତରଫରୁ ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମକ ବିଦ୍ୟାଳୟରେ ଅଧକ୍ଷ ରମେଶ ଚନ୍ଦ୍ର ନାୟକଙ୍କ ଅଧକ୍ଷତା ରେ ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକର୍ମ ଅନୁଷ୍ଠିତ ହେଲା। ଉକ୍ତ କାର୍ଯ୍ୟକ୍ରମ ରେ ଡାବୁଗାଁ ବ୍ଲକ ତରଫରୁ ଜିପିଓ ପଦ୍ମନାବ ଭୋଳା, ପିଇଓ ଏଡି ପ୍ରସାଦ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଭୋଟର ଦିବସ ବିଷୟରେ ସଚେତନ କରିଥିଲେ। ଏହା ପରେ ଡାବୁଗାଁ ସଦର ମହକୁମା ଠାରେ ଭୌରବ ଉଚ୍ଚ ମଧ୍ୟକମିକ ବିଦ୍ୟାଳୟ ତରଫରୁ ସଚେତନତା ରେଲି ଅନୁଷ୍ଠିତ ହେଲା। ଆଜିର କାର୍ଯ୍ୟକ୍ରମ ରେ ବ୍ଲକ କର୍ମଚାରୀ ମାନଙ୍କ ସହ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଉପସ୍ଥିତି ଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.