ଗଜପତି ଜିଲ୍ଲା ସ୍ତରୀୟ ୧୫ତମ ଜାତୀୟ ଭୋଟର ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ଗଜପତି ଜିଲ୍ଲା ସ୍ତରୀୟ ୧୫ତମ ଜାତୀୟ ଭୋଟର ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଏହି ପ୍ରଥମେ ମହାରାଜଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରୁ ପେଲେସ୍ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଚେତନତା ୱାକାଥନ ଶୋଭାଯାତ୍ରା କୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ଏହି ଅବସରରେ ପେଲେସ ରାଜଦାଣ୍ଡ ସ୍ଥିତ ସମବାୟ ସହରାଞ୍ଚଳ ବ୍ୟାଙ୍କ ପଡ଼ିଆ ଠାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ବିଜୟ କୁମାର ଦାଶ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍. ଆନନ୍ଦ , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଡ଼ଃ ଗୁଣନିଧି ନାୟକ , ଉପଜିଲ୍ଲାପାଳ ଶ୍ରୀ ଅନୁପ କୁମାର ପଣ୍ଡା ଓ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ନିଜ ବକ୍ତବ୍ୟର ଜଣାଇ ଥିଲେ ଯେ , ଆମ ସମ୍ବିଧାନ ଭାରତର ପ୍ରତ୍ୟେକ ନାଗରିକଙ୍କୁ ଭୋଟ ଦେବା ଅଧିକାର ରହିଛି । ଏଣୁ ପ୍ରତ୍ୟେକ ନିଜ ନିଜ ଅଧିକାର ସାବ୍ୟସ୍ତ କରିବା , ତେବେ ଯାଇ ଆମେ ସୁଦୃଢ ଦେଶ ଗଠନ ନିର୍ମାଣରେ ସହାୟକ ହୋଇପାରିବା । ଏଣୁ ପ୍ରତ୍ୟେକ ଜନସାଧାରଣ ଦେଶ ଗଠନରେ ସାମିଲ ହୋଇ ରାଷ୍ଟ୍ରକୁ ସମୃଦ୍ଧି ପଥରେ ଆଗେଇ ନେବା ଜରୁରୀ ବୋଲି କହିଛନ୍ତି ।
ଅନ୍ୟ ସମସ୍ତ ସମ୍ମାନିତ ଅତିଥି ମାନେ ନିଜ ନିଜ ଭକ୍ତବ୍ୟ ରେ କହିଥିଲେ ଯେ ଭୋଟ ଦେବାର ସମସ୍ତଙ୍କର ଅଧିକାର ରହିଛି ଓ ଭୋଟ ଦାତାଙ୍କ ଭୂମିକା ଏବଂ ଭୋଟ ତାଲିକା ସଂଶୋଧନର ପ୍ରକ୍ରିୟାକରଣ , ନିଜ ନାମକୁ ଭୋଟର ପରିଚୟ ରେ ପଞ୍ଜିକରଣ କରାଇବାକୁ କହିଥିଲେ । ବିଶେଷ କରି ଯୁବ ପିଡ଼ିଙ୍କୁ ଭୋଟ ଦାନ କରିବା ସକାଶେ ଉତ୍ସାହିତ କରିଥିଲେ। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ମତଦାତା ଙ୍କ ସଂକଳ୍ପ ଉପସ୍ଥିତ ଥିବା ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ପରେ ପରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା ।

ଚାରି ଜଣଙ୍କୁ ଶହେ ବର୍ଷରୁ ଉର୍ଦ୍ଦ ବୟସ୍କ ଭୋଟରଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ସେହିପରି ଦିବ୍ୟାଙ୍ଗ ଭୋଟର , ଆଦିମ ଜନଜାତି ଓ ନୂତନ ଭୋଟର ମାନଙ୍କୁ ଭୋଟ ପରିଚୟ ପ୍ରଦାନ କରାଯାଇଛି। ପରେ ପରେ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ ଜାତୀୟ ଭୋଟର ଦିବସ ଅବସରରେ କୁଇଜ୍ ପ୍ରତିଯୋଗିତା ମଧ୍ଯ କରାଯାଇ ବିଜେତାଙ୍କୁ ପୁରସ୍କୃତ କରାଯାଇଛି । ଏହି ଅବସରରେ ଶ୍ରେଷ୍ଠ ବିଏଲଓ: ଏବଂ ପୂର୍ବରୁ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ଅନୁଷ୍ଠିତ ପ୍ରବନ୍ଧ, ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡେପୁଟୀ କଲେକ୍ଟର ଶ୍ରୀମତୀ ସୁଚେଶ୍ମିତା ମାଝୀ, ଶ୍ରୀ ଗୌର ଚନ୍ଦ୍ର ପଟ୍ଟନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୋଷାଣୀ ସମେତ ବିଭିନ୍ନ ବିଭାଗର ଅଧିକାରୀ , ବିଭାଗୀୟ କର୍ମଚରୀ , ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ , ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.