ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ୨୮, ୨୯ ଏବଂ ୩୦ ଜାନୁଆରୀ ୨୦୨୫ ରେ ଭୁବନେଶ୍ଵରର ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ଉର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ରେ ଏହାର ଷ୍ଟଲ ପରିଦର୍ଶନ କରିବାକୁ ଓଡ଼ିଶାବାସୀଙ୍କୁ ନିମନ୍ତ୍ରଣ କରି ଆନନ୍ଦିତ । ବିଶ୍ଵସ୍ତରୀୟ ସବୁଜ କ୍ଷେତ୍ର ସମ୍ପତିରେ ୧ ଲକ୍ଷ କୋଟି ଟଙ୍କା ବିନିଯୋଗ ସହିତ ଓଡ଼ିଶା ବିଶ୍ଵର ଯେକୌଣସି ସ୍ଥାନରେ ବେଦାନ୍ତର ଏକମାତ୍ର ସର୍ବବୃହତ ନିବେଶକୁ ପ୍ରତିନିଧୁତ୍ଵ କରେ । ବିଶ୍ଵସ୍ତରୀୟ ଉତ୍ପାଦନ ଗନ୍ତବ୍ୟସ୍ଥଳ ହେବା ପାଇଁ ରାଜ୍ୟର ବୃଦ୍ଧି ପାଉଥିବା ସମ୍ଭାବନାର ପ୍ରମାଣ ସରୂପ, କମ୍ପାନୀ ଓଡ଼ିଶାର ସର୍ବବୃହତ ନିବେଶ କାର୍ଯ୍ୟକ୍ରମରେ ଏହାର ଉତ୍ପାଦନ ଉତ୍କର୍ଷତା ପ୍ରଦର୍ଶନ କରିବାକୁ ଅପେକ୍ଷା କରିଛି। ଏହା ବିଭିନ୍ନ କ୍ଷେତ୍ରର ଶିଳ୍ପଗୁଡ଼ିକୁ ଦୃଢ଼ ଉତ୍ପାଦନ ଏବଂ ଉଚ୍ଚମାନର ଆଲୁମିନିୟମ ଯୋଗାଣ ବଳରେ ନିର୍ମିତ ଏକ ବୀକ୍ଷିତ ଭାରତର କମ୍ପାନୀର ଦୃଷ୍ଟିକୋଣକୁ ମଧ୍ୟ ପ୍ରଦର୍ଶନ କରିବ । ହଲ୍ ଏ-୧୬ ରେ ପରିଦର୍ଶକମାନେ ବେଦାନ୍ତ ଆଲୁମିନିୟମର ଉତ୍ପାଦନ ଉତ୍କର୍ଷତା, ସ୍ଥାୟୀତ୍ବ ପଦକ୍ଷେପ ଏବଂ ସମୁଦାୟିକ ବିକାଶ କାର୍ଯ୍ୟକ୍ରମର ଏକ ଆକର୍ଷଣୀୟ ପ୍ରଦର୍ଶନ ଅନୁଭବ କରିପାରିବେ । ପାଭିଲିୟନରେ ଇଂଟରାକ୍ଟିଭ ପ୍ରଦର୍ଶନ, ଓଡ଼ିଶାର ପାରମ୍ପରିକ ହସ୍ତଶିକର ଲାଇଭ୍ ପ୍ରଦର୍ଶନ ଏବଂ ଅଡିଓ-ଭିଜୁଆଲ୍ ଅଭିଜ୍ଞତା ରହିଛି ଯାହା କମ୍ପାନୀର ଉନ୍ନତ କାର୍ଯ୍ୟକୁ ନିକଟରୁ ଦେଖିପାରିବ ।
କମ୍ପାନୀର ଅଂଶଗ୍ରହଣ ବେଦାନ୍ତ ଗ୍ରୁପ୍ ର ପ୍ରତିଷ୍ଠାତା ଏବଂ ଅଧ୍ୟକ୍ଷ ଶ୍ରୀ ଅନିଲ ଅଗ୍ରୱାଲଙ୍କ ନେତୃତ୍ବରେ ହେବ, ଯାହାଙ୍କ ଉପସ୍ଥିତି କମ୍ପାନୀର ଓଡ଼ିଶା ସହିତ ଗଭୀର ସହଭାଗୀତା ଏବଂ ରାଜ୍ୟର ବିକାଶ ପାଇଁ ଏହାର ଦୀର୍ଘକାଳୀନ ପ୍ରତିବଦ୍ଧତାକୁ ସ୍ପଷ୍ଟ କରେ । ତାଙ୍କ ନେତୃତ୍ଵରେ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ଶିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଅବଦାନକାରୀ ହୋଇଛି, ଯାହା ରାଜ୍ୟର ମୋଟ ରାଜ୍ୟ ଘରୋଇ ଉତ୍ପାଦର ପ୍ରାୟ ୩% ଏବଂ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ନିବେଶକୁ ପରିଚାଳନା କରୁଛି, ଯାହା ବିଶ୍ଵ ସ୍ତରରେ କମ୍ପାନୀର ଏକମାତ୍ର ସର୍ବବୃହତ ନିବେଶ। ଲାଞ୍ଜିଗଡ଼ରେ ୩.୫ ଏମଟିପିଏ ଆଲୁମିନା ରିଫାଇନାରୀ ଏବଂ ଝାରସୁଗୁଡାରେ ୧. ୮ ଏମଟିପିଏ ଆଲୁମିନିୟମ ସ୍ମେଲଟର ଭଳି ପରିବର୍ତନକାରୀ ପ୍ରକଳ୍ପ ସହିତ, ଯାହା ବିଶ୍ଵର ସର୍ବବୃହତ ମଧ୍ୟରୁ ଗୋଟିଏ, ବେଦାନ୍ତ ଆଲୁମିନିୟମ ଓଡ଼ିଶାର ପ୍ରଚୁର ବକ୍ସାଇଟ୍ ଭଣ୍ଡାରକୁ ଘରୋଇ ଏବଂ ଅନ୍ତର୍ଜାତୀୟ ବଜାର ପାଇଁ ଉଚ୍ଚମାନର ଆଲୁମିନିୟମ ଉତ୍ପାଦରେ ପରିଣତ କରି ରାଜ୍ୟ ଭିତରେ ମୂଲ୍ୟ ବୃଦ୍ଧି ପାଇଁ ପ୍ରତିବଦ୍ଧ ।
ଶିଳ୍ପ ଅବଦାନ ବ୍ୟତୀତ, କମ୍ପାନୀର ବ୍ୟାପକ ସାମାଜିକ ବିକାଶ ପଦକ୍ଷେପ ସମଗ୍ର ଓଡ଼ିଶାରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ସ୍ପର୍ଶ କରିଛି । ମହିଳା ଏବଂ ଶିଶୁ ବିକାଶର କେନ୍ଦ୍ର ଭାବରେ କାର୍ଯ୍ୟ କରୁଥିବା ୫୩୧ ନନ୍ଦ ଘର ପ୍ରତିଷ୍ଠା କରିବା ଠାରୁ ଆରମ୍ଭ କରି ଦକ୍ଷତା ତାଲିମ ଏବଂ କ୍ଷୁଦ୍ର ଆର୍ଥିକ ସହାୟତା ମାଧ୍ୟମରେ ୧୦,୦୦୦ ରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପର୍ଯ୍ୟନ୍ତ, ବେଦାନ୍ତ ଆଲୁମିନିୟମ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ଚାମ୍ପିଅନ୍ କରିଛି । ଲାଞ୍ଜିଗଡ଼ର ଡିଏଭି-ବେଦାନ୍ତ ସ୍କୁଲ ଦ୍ଵାରା ଉଦାହରଣ ସ୍ୱରୂପ ଶିକ୍ଷା ଉପରେ ଏହାର ଧାନ କଳାହାଣ୍ଡିରେ ସାକ୍ଷରତା ହାରକୁ ବୃଦ୍ଧି କରିଛି ଏବଂ ହଜାର ହଜାର ପିଲାଙ୍କ ପାଇଁ ଉଜ୍ଜ୍ଵଳ ଭବିଷ୍ୟତର ଦ୍ଵାର ଖୋଲିଛି । ସାସ୍ଥ୍ୟସେବା ବେଦାନ୍ତର ସାମୁଦାୟିକ ସମ୍ପୃକ୍ତିର ଆଉ ଏକ ଗୁରୁତ୍ଵପୂର୍ଣ୍ଣ ସ୍ତମ୍ଭ ଭାବରେ ରହିଛି। ରାଜ୍ୟର ଦୂରଦୂରାନ୍ତ କୋଣରେ, ୪୨,୦୦୦ ରୁ ଅଧିକ ଲୋକଙ୍କ ପାଖରେ ମୋବାଇଲ୍ ସାସ୍ଥ୍ୟ ୟୁନିଟ୍ ପହଂଚିବା ଏବଂ ଲାଞ୍ଜିଗଡ଼ର ବେଦାନ୍ତ ହସ୍ପିଟାଲ ଏବଂ ଝାରସୁଗୁଡା ଏବଂ ଲାଇକେରାରେ ଅତ୍ୟାଧୁନିକ ଡାଇଗ୍ନାଷ୍ଟିକ୍ ସଂଟର ଭଳି ଆଧୁନିକ ସାସ୍ଥ୍ୟସେବା ସୁବିଧା ସହିତ, କମ୍ପାନୀ ସମସ୍ତଙ୍କ ପାଇଁ ଗୁଣାତ୍ମକ ଚିକିତ୍ସା ସୁବିଧା ସୁନିଶ୍ଚିତ କରୁଛି । ଦ୍ଵାରଦେଶ ସାସ୍ଥ୍ୟସେବା ସହିତ, ସନ୍ଥ ପାନୀୟ ଜଳ ପଦକ୍ଷେପ ଏବଂ କୃଷି ସହାୟତା ଗ୍ରାମୀଣ ଓଡ଼ିଶାରେ ଜୀବନର ଗୁଣବତା ଆହୁରି ବୃଦ୍ଧି କରିଛି ।
ବେଦାନ୍ତ ଆଲୁମିନିୟମ୍ ଏହାର କାର୍ଯ୍ୟକୁ ବିସ୍ତାର କରିବାକୁ ପ୍ରସ୍ତୁତ ହେଉଥିବାରୁ, ଏହାର ଧାନ ସ୍ଥାୟୀତ୍ବ ଉପରେ ସ୍ଥିର ରହିଛି । ୨୦୫୦ ସୁଦ୍ଧା କିମ୍ବା ତା’ପୂର୍ବରୁ ନେଟ୍ ଜିରୋ କାର୍ବନ ହାସଲ କରିବା ପାଇଁ କମ୍ପାନୀର ପ୍ରତିବଦ୍ଧତା ଦାୟିତ୍ଵପୂର୍ଣ୍ଣ ଅଭିବୃଦ୍ଧି ପ୍ରତି ଏହାର ଉତ୍ସର୍ଗକୁ ସ୍ପଷ୍ଟ କରେ । ନବୀକରଣୀୟ ଶକ୍ତି ଉତ୍ସଗୁଡ଼ିକୁ ସମନ୍ବିତ କରି ଏବଂ ସ୍ଥାୟୀ ଅଭ୍ୟାସଗୁଡ଼ିକୁ ଅଗ୍ରଣୀ କରି, ବେଦାନ୍ତ ଆଲୁମିନିୟମ୍ ‘ସବୁଜ’ ଉତ୍ପାଦନ ପାଇଁ ରାଜ୍ୟକୁ ଏକ ବିଶ୍ଵ ମାନଦଣ୍ଡରେ ପରିଣତ କରିବାକୁ ନେତୃତ୍ଵ ନେଉଛି ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୩ ରେ ୨.୩୭ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମ ଏସଆଣ୍ଡପି ଗ୍ଲୋବାଲ କର୍ପୋରେଟ ସସଟାନବିଲିଟି ଆସସମଂଟ ୨୦୨୪ରେ ଆଲୁମିନିୟମ ଉଦ୍ୟୋଗ ପାଇଁ ଦ୍ଵିତୀୟ ବ୍ୟାଙ୍କ ଧାରୀ ଆଖ୍ୟା ଅର୍ଜନ କରିଛି ଓ ସ୍ଥାୟୀ ବିକାଶ ଅବଲମ୍ବନକାରୀ ସଂସ୍ଥା । ବେଦାନ୍ତର ବିଶ୍ଵ ଶ୍ରେଣୀୟ ଆଲୁମିନିୟମ ସ୍ମେଲଟର, ଆଲୁମିନିୟମ ରିଫାଇନାରୀ ଓ ପାୱାରଫ୍ଲାଟର ଅତ୍ୟାଧୁନିକ ସୁବିଧା, ଦକ୍ଷ ଇଂଜିନିୟରିଂ ଶକ୍ତିକୁ ନେଇ ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ମ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।