ଚିଚିଆ ଗାଁରେ ଜଣେ ଯୁବକଙ୍କ ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଦଶପୁର ଫାଣ୍ଡି ଅଧିନସ୍ଥ ଚିଚିଆ ଗ୍ରାମରେ ଜଣେ ୧୬ବର୍ଷୀୟ ଯୁବକ ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନା କୁ ଆସିଛି । ମୃତ ଯୁବକ ଜଣକ ହେଲେ ଚିଚିଆ ଗ୍ରାମର ନନ୍ଦ ଅଘରିଆ ଙ୍କ ପୁଅ ବିନୋଦ ଅଘରିଆ ବୟସ (୧୬) ବୋଲି ଜଣାପଡିଛି। ପ୍ରକାଶ ଥାଉ କି ବିନୋଦ ନିଜ ପରିବାର ବର୍ଗ ଙ୍କ ସହିତ ଝଗଡା ସହ ମାଡ଼ପିଟ ହୋଇଥିଲା । ଘରେ କେହି ନଥିବା ଦେଖି ଘର ଭିତରେ ବେକରେ ରଷି ଲଗେଇ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ଯୁବକ କୁ ଓଲ୍ହାଇ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଦଶପୁର ଫାଣ୍ଡି ପୋଲିସ ଧର୍ମଗଡ ହସ୍ପିଟାଲ କୁ ପହଞ୍ଚି ଶବ ଜବତ କରିବା ସହ ଗୋଲାମୁଣ୍ଡା ଥାନା କେଶ ନମ୍ବର ୧/୨୫ରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରିଥିବା ବେଳେ ତଦନ୍ତ ଜାରି ରହିଥିବା ଦଶପୁର ଫାଣ୍ଡି ପୋଲିସ ଅଧିକାରୀ ସୁଶାନ୍ତ କୁମାର ପଣ୍ଡା ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.