ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସ୍ଥାନୀୟ ଗାନ୍ଧୀ ପଡିଆଠାରେ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ଅନୁଷ୍ଠିତ ହେଉଥିବା ୩୬ ତମ ସର୍ବ ଭାରତୀୟ ଲାଲମନି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଛି। ଫାଇନାଲ ମ୍ୟାଚରେ ବାପୁଜୀ କ୍ଲବ ଭୁବନେଶ୍ୱର ଉଭୟ ଟି-୨୦ ଓ ଟି-୧୦ ଫର୍ମାଟରେ ସୁନ୍ଦରଗଡ ନବଜୀବନ ଦଳକୁ ପରାସ୍ତ କରି ବିଜୟୀ ହୋଇଛି। ପ୍ରଥମେ ବାପୁଜୀ କ୍ଲବ ଟସ ଜିଣି ବ୍ୟାଟିଂ କରି ଟି- ୨୦ ଓଭରରେ ୧୬୭ ରନ କରିଥିଲେ।ଦଳ ପକ୍ଷରୁ ରାକେଶ ପଟ୍ଟନାୟକ ୬୭ରନ(୩୪ ବଲ) ସୟଦ ଜାକି ୩୫ ରନ(୨୩ବଲ) କରିଥିଲେ। ସୁନ୍ଦରଗଡ ବ୍ରିଜେଶ ଶର୍ମା ୩ଟି, ପୱାନ ମାହାତୋ ୨ଟି ଉଇକେଟ ନେଇଥିଲେ। ଜବବରେ ସୁନ୍ଦରଗଡ଼ ସମସ୍ତ ଉଇକେଟ ହରାଇ ୧୫୨ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରାକୁଳ ରେଡ୍ଡୀ ୩୪ ରନ(୨୧ବଲ) ୱାଲଟର ଟୋପ୍ପୋ ୧୯ରନ (୨୨ବଲ) କରିଥିଲେ। ବାପୁଜୀ କ୍ଳବ ଦଳର ଦେବବ୍ରତ ପ୍ରଧାନ ୪ଟି, ପ୍ରୟାସ ସିଂହ ୩ଟି ଉଇକେଟ ଅକ୍ତିଆର କରିଥିଲେ। ଟି-୧୦ ମ୍ୟାଚରେ ବାପୁଜୀ କ୍ଳବ ୫ ଉଇକେଟ ବିନିମୟରେ ୧୧୧ ରନ କରିଥିଲେ । ଦଳର ଶୁଭମ ୩୯ରନ(୧୪ବଲ) , ଶ୍ରେଷ୍ଠ ସାଗର ୩୦ରନ (୨୦ ବଲ) କରିଥିଲେ। ସୁନ୍ଦରଗଡ ଦଳ ପକ୍ଷରୁ ସୌଭାଗ୍ୟ ରାଉତ ୨ଟି ଉଇକେଟ ଏବଂ ସୌମ୍ୟ ଲେଙ୍କା ଓ ବ୍ରିଜେଶ ଶର୍ମା ୧ଟି ଲେଖାଏଁ ଉଇକେଟ ଅକ୍ରିୟାର କରିଥିଲେ। ୧୧୨ ରନ ବିଜୟ ଲକ୍ଷ୍ୟ ଅନୁବଧାନ କରି ସୁନ୍ଦରଗଡ ଦଳ କେବଳ ୭୬ ରନରେ ସୀମିତ ରହିଯାଇଥିଲା। ୱାଲଟର ଟୋପ୍ପୋ ୧୬ରନ(୧୪ ବଲ) ଓ ସୌଭାଗ୍ୟ ରାଉତ ୧୪ରନ (୫ବଲ) କରିଥିଲେ। ବାପୁଜୀ କ୍ଲବ ଦଳ ପକ୍ଷରୁ ରାକେଶ ପଟ୍ଟନାୟକ ୨ଟି , ସୁଶୀଲ ବାରିକ ୨ଟି, ପ୍ରଦିପ ପ୍ରଧାନ ୨ଟି ଉଇକେଟ ଅକ୍ରିୟାର କରିଥିଲେ। ବାପୁଜୀ କ୍ଳବର ରାକେଶ ପଟ୍ଟନାୟକ ଫାଇନାଲର ଶ୍ରେଷ୍ଠ ଖେଳାଳୀ, ଗୌରବ ଚୌଧୁରୀ ଶ୍ରେଷ୍ଠ ବ୍ୟାଟସ ମ୍ୟାନ, ସୁନ୍ଦରଗଡ ଦଳର ବ୍ରିଜେଶ ଶର୍ମା, ବୋଲର, ଉଇକେଟ ରକ୍ଷକ ଶ୍ରେଷ୍ଠ ସାଗର, କ୍ଷେତ୍ରରକ୍ଷକ ପ୍ରୟାସ ସିଂହ, ଟୁର୍ଣ୍ଣାମେଣ୍ଟ ଶ୍ରେଷ୍ଠ ଖେଳାଳୀ ରାକେଶ ପଟ୍ଟନାୟକ, ଉଦୀୟମାନ ଖେଳାଳୀ ଭାବରେ ସୋନପୁରର ବରୁଣ ଦାସ ପ୍ରମୁଖ ଖେଳାଳୀମାନଙ୍କୁ ପୁରସ୍କୃତ କରି ସମ୍ମାନୀତ କରିଯାଇଥିଲା। ଜିଲ୍ଲା କ୍ରିକେଟ ସଂଘର ସଭାପତି ରାମ ଶଙ୍କର ସାହୁ ଅଧ୍ୟକ୍ଷତାରେ ଉଦଯାପନୀ ଉତ୍ସବରେ ଆନ୍ତର୍ଜାତିକ ଖେଳାଳୀ ସୌରଭ ତିୱାରୀ ବିଶେଷ ଅତିଥି ଭାବରେ ମଞ୍ଚାସୀନ ରହିବା ସହ ବିଜେତା ଦଳ ବାପୁଜୀ କ୍ଲବକୁ ୮୦ ହଜାର ଏବଂ ଉପ-ବିଜେତା ସୁନ୍ଦରଗଡ ଦଳଙ୍କୁ ୫୦ ହଜାର ଚେକ ସହ ଟ୍ରଫି ପ୍ରଦାନ କରିଥିଲେ।ଏହି ଉଦଯାପିତ ଦିବସ ସଂନ୍ଧ୍ୟାରେ ଓସିଏ ଯୁଗ୍ମ ସଂପାଦକ ପ୍ରଭାତ ଭୋଳ ,ଓସିଏ ଏଜୁକ୍ୟାଟିଭ କାଉନସିଲର ଧୀରେନ ପଲେଇ, ଓସିଏ ପୂର୍ବତନ ଯୁଗ୍ମ ସଂପାଦକ ମହେତାବ ଖାନ, ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁପାର ଠେଲା ସମ୍ମାନୀତ ଅତିଥି ଭାବର ମଞ୍ଚାସୀନ ହୋଇ ଖେଳାଳୀମାନଙ୍କୁ ପୁରସ୍କୃତ କରିଥିଲେ। ଜିଲ୍ଲା କ୍ରିକେଟ ସଂଘର ସଂପାଦକ ପ୍ରଦିପ ସେଠୀ ବିବରଣୀ ପାଠ କରିଥିଲା ବେଳ ଉପସଭାପତି ବି.ଏସ. ରାଓ ଧନ୍ୟବାଦ ଅର୍ପଣ କରିଥିଲେ। ଫାଇନାଲ ମ୍ୟାଚକୁ ଓସିଏ ପ୍ୟାନେଲ ଅମ୍ପାୟାର ସତ୍ୟ ପ୍ରକାଶ ରଥ ଏବଂ ପୃଥୀରାଜ ମିଶ୍ର ପରିଚାଳନା କରିଥିଲେ।