ଗୋତୋମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରଜତ ବଂଶଲ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଗୋତମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ୭୬ତମ ସାଧାରଣତନ୍ତ୍ର ଦିବସ ପାଳନ କରିବା ସହ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମାଝୀଙ୍କ ଅଧ୍ୟକ୍ଷତାରେ କୋକସରା ଜୋନ୍ ୧ ଜିଲ୍ଲା ପରିଷଦ ସଦସ୍ୟ ହେମନ୍ତ ମାଝୀ ମୁଖ୍ୟ ଅତିଥି, କୁଲେରଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ ମୁଖ୍ୟ ବକ୍ତା, ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ସରପଞ୍ଚ ପଦ୍ମିନୀ ପୁଝାରୀ , ସାନପୋଡ଼ାଗୁଡା ସିଆରସିସି ଚମ୍ପେଶ୍ୱର ନାଏକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କ୍ଷମାନିଧି ମାଝୀ, ପୂର୍ବତନ ସାନପୋଡ଼ାଗୁଡା ସିଆରସିସି ଅଜୟ କୁମାର ମାଝୀ ପ୍ରମୂଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ପ୍ରଧାନ ଶିକ୍ଷକ ସ୍ବାଗତ ଭାଷଣ ପ୍ରଦାନ କରିବା ସହିତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥିମାନେ ବିଦ୍ୟାର୍ଥୀଙ୍କୁ ଜୀବନରେ ଭଲ ମଣିଷ ଓ ବଡ ମଣିଷ ହେବା ପାଇଁ କଠିନ ଅଧ୍ୟବସାୟ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ତାଙ୍କ ପ୍ରତିଭାର ବିକାଶ ପାଇଁ ଉତ୍ସାହିତ କରାଯାଇଥିଲା ଏବଂ ବିଦ୍ଯାଳୟ ପକ୍ଷରୁ କ୍ଷୁଦ୍ର ଖାଦ୍ୟ ଶସ୍ୟ ମେଳା ମଧ୍ୟ ଅନୁଷ୍ଠିତ କରି ଛାତ୍ରଛାତ୍ରୀଙ୍କୁ ମାଣ୍ଡିଆ, କାଙ୍ଗୁ, ବାଜରା, ସୁଆଁ ଆଦି ଶସ୍ୟ ରୁ ତିଆରି ବିଭିନ୍ନ ସୁସ୍ୱାଦୁ ଖାଦ୍ୟ ଖାଇବାକୁ ଦିଆ ଯାଇଥିଲା । ବାର୍ଷିକ ଉତ୍ସବକୁ ସ୍ମରଣୀୟ କରିବା ପାଇଁ ସାଂସ୍କୃତିକ କର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଶିକ୍ଷକ କ୍ଷିରସିନ୍ଧୁ ବଣୁଆ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷକ ତପନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଖେଳ ଶିକ୍ଷକ ଶ୍ରୀ ଜିତାମିତ୍ର ମାଝୀ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ଜୟ କିଶନ ମେହେର, ଅରୁଣ କୁମାର ନାଏକ, ନିମାଇ ଚରଣ ବିଶ୍ଵାଳ, ଶଙ୍କର ବେହେରା, ମିଳନ କୁମାର ରାଉଳ, ବଳରାମ ସେଠି, ସୁମନ୍ତ ନାୟକ ଓ କନିଷ୍ଠ ସହାୟକ ପ୍ରସନ୍ନଜିତ୍ ନାଏକ ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.