ରେମଣ୍ଡାରେ ବିଜେପିର ସାଙ୍ଗଠନିକ ସଭା

ଓଡ଼ିଆ ବାର୍ତ୍ତା/ ସଇଁତଲା ( ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ରେମଣ୍ଡା ଖେଳ ପଡ଼ିଆରେ ବିଜେପିର ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି | ଏଥିରେ ବୁଢାବାହାଲ, ଆମପାଲି, କେରମେଲି ଓ କନ୍ଧକେଲଗାଁ ପଞ୍ଚାୟତର ବିଜେପି କର୍ମୀ ସମ୍ମିଳିତ ହୋଇଥିଲେ | ଟିଟିଲାଗଡ଼ ବିଧାୟକ ନବୀନ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇଥିଲେ | ଡୋଳାମଣି ବସ୍ତିଆ, ସର୍ବେଶ୍ୱର ମହାପାତ୍ର, ବିମଲ ଶର୍ମା, ତ୍ରୀଲକ୍ଷ୍ୟ ସାହୁ, ମୋହନ ନାଏକ, କପିଳ ଅଗ୍ରୱାଲ, କୈଳାସ ରଣା, ଗୋବର୍ଦ୍ଧନ ତ୍ରିପାଠୀ, ସୁଶୀଳ ସାହୁ, ବୁଢାବାହାଲ ସରପଞ୍ଚ ଲତା କୁମାର ମଞ୍ଚାସିନ ରହିଥିଲେ | ସଭାରେ ସୁଶୀଳ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ନେପାଳ ସୁନା ସଭା ସଂଯୋଜନା କରିଥିଲେ | ସୁରେଶ ସିଂହ ଭୋଇ, ପ୍ରକାଶ ସାହୁ, ବିନୋଦ ସାହୁ, ରମାକାନ୍ତ ସାହୁ, ବୈକୁଣ୍ଠ ମାଝୀ, କୌତୁକ ସାହୁ, ସମ୍ପଦ ରଣା, ରଜନୀ ସାହୁ, ରମେଶ ପୁଟେଲ, ଅର୍ଜୁନ ସାହୁ, ଚକ୍ରଧର ସାହୁ, ସୁଶୀଳ ରଣା, ରସାନ୍ତ ସାହୁ, ଶଙ୍କର ସାହୁ, ରୋହିତ ସାହୁ, ବିଦୁର କରନ ପ୍ରମୁଖ ଉପସ୍ଥିତ ରହିଥିଲେ |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.