ସରିଆଁ ହାଇସ୍କୁଲ ଓ ୟୁପି ସ୍କୁଲର ମିଳିତ କ୍ରୀଡ଼ା ଉତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଓ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦ୍ଵାରା ମିଳିତ ଭାବରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪/୨୫ ସମ୍ପନ୍ନ ହୋଇଯାଇଛି। ପୂର୍ବତନ ସରପଞ୍ଚ ତଥା ବର୍ତ୍ତମାନ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶାସ୍ତ୍ରୀ ଲାଲ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଓମ୍ ପ୍ରକାଶ ଛତ୍ରିଆ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ଭାସ୍କର ଭୋଇ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା କଣ୍ଠଶିଳ୍ପୀ ନିର୍ମଳ ଚନ୍ଦ୍ର ଭୋଇ, ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସାଧୁରାମ ଭୋଇ, ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ସାହା, ଉଚ୍ଚ ବିଦ୍ୟାଳୟର ଅବସର ପ୍ରାପ୍ତ କର୍ମଚାରୀ ପ୍ରମୋଦ କୁମାର ଭୋଇ ପ୍ରମୁଖ ମଞ୍ଚାସିନ ଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକ ଖେଳ ଦୁଇ ଦିନ ଧରି ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗୀତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ରଖିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣପତ୍ର ଦେଇ ସମ୍ମାନିତ କରାଯାଇଥିଲା। ଅନେକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପରିବେଷିତ ହେବା ସହ ଶିକ୍ଷକ ନିର୍ମଳ ଚନ୍ଦ୍ର ଭୋଇ ଓ ସାଥୀଙ୍କ ଦ୍ଵାରା ମନଛୁଆଁ ସଙ୍ଗୀତ ପରିବେଷଣ ହୋଇଥିଲା। କାର୍ଯକ୍ରମରେ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ କୈଳାଶ ଚନ୍ଦ୍ର ଭୋଇ, ଶିକ୍ଷୟତ୍ରୀ ମିନତି ଶତପଥୀ, ଖେଳ ଶିକ୍ଷକ ଉମାକାନ୍ତ ଭୋଇ, କପିଲ ମଟାଲି, ଉପ୍ରା ବିଦ୍ୟାଳୟର ଶିକ୍ଷକ ବଳଭଦ୍ର ହରିଜନ, କିଶୋର ଚନ୍ଦ୍ର ତ୍ରିପାଠୀ, ବାବୁ ପାଢ଼ୀ, ମଞ୍ଜୁଲତା ମୁର୍ମୁ, କୁବେର ସାହୁ, ଧର୍ମେନ୍ଦ୍ର ଛତ୍ରିଆ, ସୁଧୀର କୁମାର ରାଉତ ପ୍ରମୁଖ ସହଯୋଗ କରିଥିଲେ। ପରେ ଗ୍ରାମର ଯୁବ କଳାକାର ମାନସ ମାଝୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ବିଦ୍ୟାଳୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଦାସର୍ବଦା ଉତ୍ସଗିକୃତ ଥିବାରୁ ସମ୍ମାନିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗଙ୍ଗା ନାରାୟଣ ଦାସ ଓ ଉପ୍ରା ବିଦ୍ୟାଳୟର ଶିକ୍ଷକ ବାସୁଦେବ ବାଗ ପରିଚାଳନା କରିଥିବାବେଳେ ଶେଷରେ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଟଙ୍କଧର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.