ସଚେତନତା ସମାବେଶ ଓ ଶୀତବସ୍ତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିଲଗୁଡା ଠାରେ ମୁଣ୍ଡୁରାଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ବିରଚହଁରିଆ ସାଂସ୍କୃତିକ ଅନୁଷ୍ଠାନର ମିଳିତ ସହଯୋଗରେ “ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ସମାବେଶ” ଓ “ଶୀତବସ୍ତ୍ର ବଣ୍ଟନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗଙ୍କ ଅଧ୍ୟକ୍ଷତାରେ ସମିତି ସଭ୍ୟ ଖଲିଲ ନାଏକ ମୂଖ୍ଯ ଅତିଥି, ଯୁବ ସଂଗଠକ ପ୍ରଭାତ ଦାସ ମୂଖ୍ଯ ବକ୍ତା ଏବଂ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଶ୍ରୀପତି ପଟେଲ, ବାସୁଦେବ ପାଢୀ, ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ମେହେର, ସାମାଜିକ କର୍ମୀ ଇନ୍ଦ୍ରଜିତ ମାଝୀ ପ୍ରମୂଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଜନସାଧାରଣଙ୍କୁ ସରକାରୀ ଯୋଜନା ଗୁଡିକ ଅବଗତ କରାଇବା ସହିତ ଶୀତ ବସ୍ତ୍ର ବଣ୍ଟନ କରାଯାଇଥିଲା। ଏଥିରେ ଚିଲଗୁଡା ଗ୍ରାମର ଶତାଧିକ ଗରୀବ ଅସହାୟମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ସାଧନ କର୍ମୀ ଭାବେ ଗ୍ରାମପଞ୍ଚାୟତ ସ୍ତରୀୟ ସଂଘ ଉପସଭାନେତ୍ରୀ ସସ୍ମିତା ପାତ୍ର, ଯୁଗ୍ମ ସଂପାଦିକା ମାଳତୀ ମାଝୀ, କାର୍ଯ୍ୟକାରୀ ସଭ୍ୟା ପ୍ରମିଳା ଶବର, ଜନନୀ ପଟେଲ, ଗୋଷ୍ଠୀ ସହାୟିକା ବିନୋଦିନୀ ପଟେଲ ଓ ନେପୁର ନାଏକ ଅଂଶ ଗ୍ରହଣ କରି ମିଶନ ଶକ୍ତି, ଓଡ଼ିଶା ଜୀବିକା ମିଶନ, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା, ଫସଲବୀମା ଯୋଜନା ଓ ଅନ୍ୟାନ୍ୟ ସରକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ସଭାନେତ୍ରୀ ଅଞ୍ଜଳି ମୁଣ୍ଡ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦିକା ରଞ୍ଜିତା କଟା ଲକ୍ଷ୍ଯ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ଆଶାକର୍ମୀ କ୍ଷମାଶୀଳା ଛତ୍ରିଆ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ସୁନ୍ଦର ମୋହନ ଛତ୍ରିଆ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସଂଗଠନ ସଂପାଦକ ଅବିନାଶ ମୁଣ୍ଡ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.