ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ସରକାରୀ ବହୁବୃତ୍ତି ଶିକ୍ଷାନୁଷ୍ଠାନ ଠାରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ କାର୍ଯ୍ୟାଳୟ ତରଫରୁ ଏକ ନିଯୁକ୍ତିମେଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ସଞ୍ଜୁ କୁମାରୀ ସାହୁଙ୍କ ଅଧ୍ୟକ୍ଷତା ତଥା ପରିଚାଳନାରେ ଅନୁଷ୍ଠିତ ଏହି ନିଯୁକ୍ତିମେଳାରେ ମାନ୍ୟବର ବିଧାୟକ ବୀରମହାରାଜପୁରଙ୍କ ପ୍ରତିନିଧି ଶ୍ରୀ ସ୍ୱରୂପ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ଶ୍ରୀ ନୃସିଂହ ପୃଷ୍ଟି ଓ ଶ୍ରୀ ପଦ୍ମଲୋଚନ ବେହେରା, ବରିଷ୍ଠ ଅଧ୍ୟାପକ, ସରକାରୀ ପୋଲିଟେକନିକ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ। ଅନୁଷ୍ଠିତ ଏହି ମେଳାରେ ଆବି ୱେଷ୍ଟ, ସେଫ ଏଜୁକେଟ, ଗୋକଲ ଦାସ ପ୍ରାଇଭେଟ ଲିମିଟେଡ଼, ସାହି ଏକ୍ସପୋର୍ଟ, ପିପୁଲସ ଫୋରମ, ଏସବିଆଇ ଲାଇଫ, ଏଲଆଇସି ଅଫ ଇଣ୍ଡିଆ, ଆରଏସଇଟିଆଇ, ପିପୁଲ ମନ୍ତ୍ରା, ନେସନାଲ କେରିଅର ସର୍ଭିସ, ଏନସିଏଟି ସ୍କିଲ୍, ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ଇ-ସୁବିଧା, ପ୍ରଭୁତି ପ୍ରମୁଖ କର୍ମ ସଂସ୍ଥାନ ସଂସ୍ଥା କରି ମେଳାରେ ଯୋଗଦାନ କରିଥିବା ୪୨୨ ଜଣ ବେରୋଜଗାର ଯୁବକ ଯୁବତୀଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଶେଷରେ ଶ୍ରୀ ସନ୍ତୋଷ ବେହେରା କନିଷ୍ଠ ନିୟୋଜନ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ।