ଏନ୍‌ଏସ୍‌ଏସ୍ ପକ୍ଷରୁ ମହିଳା ଶିଶୁ ସୁରକ୍ଷା ଓ ସଶକ୍ତିକରଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସ୍ଥିତ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଦ୍ୱାରା ମହାବିଦ୍ୟାଳୟ ପରିସରରେ ଏକ ମହିଳା, ଶିଶୁ ସୁରକ୍ଷା ଓ ସଶକ୍ତିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ସଚେତନତା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିବା ସହିତ ଛାତ୍ରୀମାନଙ୍କ ପାଇଁ ଜରୁରୀକାଳୀନ ସହଯୋଗ ବ୍ୟବସ୍ଥାର ମାଧ୍ୟମ ଉପରେ ଅଧ୍ୟକ୍ଷ୍ୟ ଛବିଲାଲ ସାହୁ ଆଲୋଚନା କରିଥିଲେ। ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ପ୍ରତାପ ଚନ୍ଦ୍ର ଦାସ ଏହାର ଆବଶ୍ୟକତା ଓ ପ୍ରଚାର ପ୍ରସାର ଉପରେ ସଚେତନ କରିଥିଲେ। ଅନ୍ୟାନ୍ୟ ଉପସ୍ଥିତ ବ୍ୟକ୍ତି ମଧ୍ୟରେ ଅଧ୍ୟାପକ ଶୁଭେନ୍ଧୁ କୁମାର ପାଢୀ, ପରମେଶ୍ୱର ମୁଣ୍ଡ, ସବ୍ ଲେଫ୍ଟନେଣ୍ଟ ଶୁଶାନ୍ତ କୁମାର ଦାସ ଓ ନାଜନିନ୍ ସୁଲତାନା ନିଜ ସଚେତନ ବାର୍ତ୍ତା ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.