ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୈାଡ): ବଲାଙ୍ଗିର ଜିଲ୍ଲାପାଳଙ୍କ ସମ୍ମିଳନି କକ୍ଷରେ ସ୍ପର୍ଶ କୁଷ୍ଟ ରୋଗ ସଚେତନା ଅଭିଯାନ ୨୦୨୫ର ଜିଲ୍ଲା ସ୍ତରୀୟ ସମନ୍ଵୟ କମିଟିର ବୈଠକ ଅତିରିକ୍ତ ଜିଲ୍ଲାପାଳ ଡ. ବିଜୟାନନ୍ଦ ସେଠୀଙ୍କ ଅଧକ୍ଷତାରେ ଅନୁଷ୍ଟିତ ହୋଇଛି। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା . ଦିବ୍ୟ କିଶୋର ପତି ଏଡ଼ି .ପି .ଏଚ. ଓ (ଭେକ୍ଟର ବାହିତ ରୋଗ) ଡା. କୁବେର ଚନ୍ଦ୍ର ମହନ୍ତ, ଏଡ଼ି .ପି .ଏଚ. ଓ (ରୋଗ ନିୟନ୍ତ୍ରଣ) ଡା. ନମିତା ମିଶ୍ର, ଏଡ଼ି .ପି .ଏଚ. ଓ (ପରିବାର କଲ୍ୟାଣ ଓ କୁଷ୍ଠ ନିୟନ୍ତ୍ରଣ) ଡା. ସୁଧା ବାର୍ଲା,ଜିଲ୍ଲା ପ୍ରକଳ୍ପ ପରିଚାଳକ, ଜାତୀୟ ସ୍ୱାସ୍ଥ୍ୟ ମିଶନ -ମୃତ୍ୟୁଞ୍ଜୟ ମୁଣ୍ଡ ଓ ଜିଲ୍ଲା ସ୍ତରୀୟ ଅନ୍ୟାନ ସମସ୍ତ ପଦାଧିକାରୀମାନେ ଯୋଗଦେଇଥିଲେ । କୁଷ୍ଠ ରୋଗ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ସମସ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ସମୀକ୍ଷା କରିଥିଲେ। କୁଷ୍ଠରୋଗ ସଚେତନତା ବୃଦ୍ଧି ନିମନ୍ତେ ଆସନ୍ତା ଜାନୁୟାରୀ ୩୦ ରୁ ୧୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସାରା ସ୍ପର୍ଶ କୁଷ୍ଠ ରୋଗ ସଚେତନତା ଅଭିଯାନ ତାରିଖରୁ ଚାଲିବ । ଏଥିନପାଇଁ ଅତିରିକ୍ତ ଜିଲ୍ଲାପାଳ ଉପସ୍ଥିତ ଜିଲ୍ଲାର ଅନ୍ୟାନ ବିଭାଗର ଅଧିକାରୀମାନଙ୍କୁ ସ୍ବାସ୍ଥ୍ୟ ବିଭାଗକୁ ସହଯୋଗ କରିବାକୁ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ଗାଁରେ କୁଷ୍ଠ ରୋଗ ସଚେତନତା କାର୍ଯ୍ୟକ୍ରମ କରାଯିବ । ଆଶା ଓ ଅଙ୍ଗନ ବାଡି କର୍ମୀ ଏ .ଏନ .ଏମ ସମସ୍ତେ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ । ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତର ସରପଞ୍ଚ,ଜିଲ୍ଲାପରିଷଦ ସଭ୍ୟ ଓ ସଭ୍ୟା ତଥା ବଲାଙ୍ଗିର ପୌରପରିଷଦର ସମସ୍ତ କାଉନ୍ସିଲର, ଚେୟାରମ୍ୟାନ ସମସ୍ତେ ଏହି କୁଷ୍ଠ ରୋଗ ସଚେତନତା ଅଭିଯାନରେ ସମିଲ ହେବାକୁ ଅନୁରୋଧ କରିଛନ୍ତି ।