ଆମ୍ବପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ 

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳା ନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବପାଲି ଠାରେ ଆଜି ମହାଆଡମ୍ବରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସ୍କୁଲ ର ପ୍ରଧାନ ଶିକ୍ଷକ ବିଜୟ କୁମାର ବାଗ ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ପ୍ରମୋଦ କୁମାର ଭୋଇ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବରୁଣ କୁମାର ସାହୁ ପ୍ରଧାନ ଶିଷକ (ପଂଚାୟତ ହାଇ ବୁଢାବାହାଲ ) ସଦାଶିବ ଗହୀର , ଆମ୍ବପାଲି ନାଏବ ସରପଞ୍ଚ ହିରବତି ବାଗ , ସମିତି ସଭ୍ୟ ବିଭୀଷଣ ମାଝୀ , ସ୍କୁଲ ପରିଚାଲନା କମିଟି ସଭାପତି ସଦାଶିବ ଗହୀର , ବୀରେନ୍ଦ୍ର ସିଂ ମାଝୀ,ଯୁବ ସାମ୍ବାଦିକ ରଞ୍ଜନ ବାଗ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ ଦେଇଥିଲେ । ପ୍ରଥମେ ଅତିଥି ମାନଙ୍କୁ ଦ୍ଵାରା ମା ସରସ୍ୱତୀ ଙ୍କ ଫୋଟୋ ଚିତ୍ର ରେ ପୂଜାର୍ଚ୍ଚନା କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସ୍କୁଲ ର ଛାତ୍ରୀମାନେ ଅତିଥି ମାନଙ୍କୁ ସ୍ୱାଗତ ସଙ୍ଗୀତ ଗାନ କରିବା ସହ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ। ରାଜକିଶୋର କୁଆଁର ବାର୍ଷିକ ବିବରଣୀ ପଠନ କରିବା ସହ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ସମୟରେ ସ୍କୁଲ ଶିଷକ ଛନ୍ଦା ଚରଣ ସୁନା, ଚକ୍ରଧର ବାଗ, ଅନିଲ କୁମାର ନନ୍ଦ, କ୍ଷେତ୍ର ମେହେର, ସ୍କୁଲର କ୍ରିଡ଼ା ଶିଷକ ଦେବରାଜ ଭୋଇ, ପର୍ଶୁରାମ ପୁଟେଲ, ବହିଚନ୍ଦ୍ର ମହାନନ୍ଦ, ଗନ୍ଧର୍ବ ଗହୀର ତଥା ସ୍କୁଲ କମିଟିର ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ। ପରେ ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତି କାର୍ଯ୍ୟକ୍ରମ ପରିବଷିତ ହୋଇଥିଲା। ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପରିଶେଷରେ ସୁଶୀଲ କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.