ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଉଦଘାଟିତ ହେଲା ଦୁଇଦିନିଆ ପାଲା ମହୋତ୍ସବ

ଓଡ଼ିଆ ବାର୍ତ୍ତା/ କଟକ (କୃଷ୍ଣ କୁମାର ମହାନ୍ତି): ପ୍ରାଚୀନ ସାରସ୍ବତ ଅନୁଷ୍ଠାନ ଉତ୍କଳ ସାହିତ୍ୟ ସମାଜ ପକ୍ଷରୁ ଦୁଇଦିନଆ ପାଲା ମହୋତ୍ସବ କଟକ ଠାରେ ଉଦଘାଟିତ ହୋଇଯାଇଛି। ଏହି ମହୋତ୍ସବକୁ ଉଦଘାଟନ କରି ବିଶିଷ୍ଟ ସାରସ୍ବତ ସାଧକ ତଥା ଶିକ୍ଷାବିତ୍ ଡକ୍ଟର ପ୍ରଫୁଲ୍ଲ କୁମାର ଦାଶ ଓଡ଼ିଶାର ସମୃଦ୍ଧ ପାଲା ପରମ୍ପରା ସଂପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ବିଶିଷ୍ଟ ସଂସ୍କୃତିବିଦ୍ ତଥା ସାହିତ୍ୟିକ ରାଜକିଶୋର ଦାଶ ଓଡ଼ିଆ ସଂସ୍କୃତି ଓ ସାହିତ୍ୟର ପୃଷ୍ଠପୋକତା କରି ପାଲା ଏହାକୁ ସମୃଦ୍ଧ କରିଛି ବୋଲି କହିଥିଲେ। ଅନୁଷ୍ଠାନର ଉପସଭାପତି ଜୀବନାନନ୍ଦ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଆଭିମୁଖ୍ୟ ଅବତାରଣା କରିଥିଲେ।

ସଂଗଠନ ସଂପାଦକ ଡକ୍ଟର ସୁନାମଣି ରାଉତ, ସାଧାରଣ ସଂପାଦକ ପ୍ରାଧ୍ୟାପକ ଆଦିତ୍ୟ ପ୍ରତାପ ଧଳ ସ୍ବାଗତ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ପାଲାଗାୟକ ଯୋଗେନ୍ଦ୍ର ମାର୍ଥାଙ୍କୁ ସାବିତ୍ରୀ ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ମୃଦଙ୍ଗବାଦକ ପୀତବାସ ବରାଡ଼, ସଂଗୀତ ଶିଳ୍ପୀ ପରୀକ୍ଷିତ ବେହେରା, ଗୋପୀନାଥ ମହାପାତ୍ର, ତ୍ରିନାଥ ବେହେରା ଓ ସୁକାନ୍ତ ବେହେରାଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ମାନପତ୍ର ପାଠ କରିଥିଲେ ବିଶ୍ୱମିତ୍ରା ମିଶ୍ର। ଏହି ଅବସରରେ ‘ଭକ୍ତ ଓ ଭଗବାନ’ ଶୀର୍ଷକରେ ପାଲା ପରିବେଷିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭାପତି ଡକ୍ଟର ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ପାଠାଗାର ସଂପାଦକ ବ୍ରହ୍ମାନନ୍ଦ ବିଶ୍ୱାଳ, କୋଷାଧ୍ୟକ୍ଷ ଶିବାଶିଷ କର, କାର୍ଯ୍ୟନିର୍ବାହୀ ସମିତି ସଭ୍ୟ ବ୍ରହ୍ମାନନ୍ଦ ମହାନ୍ତି, ମୁରଲୀଧର ଶତପଥି, ଶଶିକାନ୍ତ ରାଉତ, ରାଧାଶ୍ୟାମ ରାଉଳ, ତପନ କୁମାର ସ୍ବାଇଁଙ୍କ ସମେତ ସୁରେନ୍ଦ୍ର ନାଥ ଛୋଟରାୟ, ଗଜେନ୍ଦ୍ର କୁମାର ପାଣି, ଜ୍ୟୋତିପ୍ରକାଶ କର, ନୌଷଦ କୁମାର ନାୟକ, ଉମା ଶଙ୍କର ମିଶ୍ର, ମୈତ୍ରୀଭୂଷଣ ଖୁଣ୍ଟିଆ, ପ୍ରଦୀପ ଦାସ, ଡାକ୍ତର ଦୀପକ ରାଜ, ଡକ୍ଟର ଅନୁପ କୁମାର ମାର୍ଥା ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.