ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଆସୋସିଏସନର ବାର୍ଷିକ ଉତ୍ସବ ଓ ନୂତନ କର୍ମକର୍ତ୍ତା ଚୟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ପଞ୍ଚାୟତର କେଶପଦର ଠାରେ ଲାଞ୍ଜିଗଡ଼ ପିଇଡବ୍ଲୁ ମିଡ଼ିଆ ଏସୋସିଏସନ ସାମ୍ବାଦିକ ସଙ୍ଘର ବାର୍ଷିକ ବୈଠକ ଓ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ସଂଘର ଉପଦେଷ୍ଟା ବି. ତିରୁପତି ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା।

ଏହା ପରେ ସଂଘର ନୂତନ କର୍ମକର୍ତା ଚୟନ ହୋଇ ଥିଲା। ଏଥିରେ ସର୍ବସମ୍ମତି କର୍ମେ ସଭାପତି ଭାବେ ବି. ତିରୁପତି ପାତ୍ର ଚୟନ ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ସନ୍ତୋଷ କୁମାର ତୁଳ, ସମ୍ପାଦକ ଭାବେ ଗୋପାଳ ଦାସ ମହାନନ୍ଦ, ସହ ସମ୍ପାଦକ ମନୋଜ ଦୋରା, କୋଷାଧକ୍ଷ ଭାବେ ନିଲେଶ କୁମାର ନାଗ ପ୍ରମୁଖଙ୍କୁ ଚୟନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ମାଁ ହୀରାନୀଳା ମହାବିଦ୍ୟାଳୟ ପୂର୍ବତନ ଅଧକ୍ଷ ରମେଶ ଚନ୍ଦ୍ର ସାହୁ ଯୋଗଦେଇଥିବାବେଲେ ସମ୍ମାନିତ ଅତିଥିଭାବେ ସିକେରକୁପା ଫାଣ୍ଡି ଅଧିକାରୀ ମିନକେତନ ଶବର ଯୋଗଦେଇଥିଲେ।

ଏଥିରେ ପିଇଡବ୍ଲୁ ମିଡ଼ିଆ ଏସୋସିଏସନର ସଦସ୍ୟ ତୁଳସୀରାମ ପ୍ରଧାନୀ, ମଳୟ ବେନୁଆଁ, ଦେବାନନ୍ଦ ମାଝୀ, ସୁଶାନ୍ତ ମାଝୀ, ଦିଲ୍ଲୀପ ପଟ୍ଟନାୟକ, ସାଗର ବେନାଲ, ଜଗତ ପାତ୍ର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମକୁ ସଂଘର ସଂପାଦକ ଗୋପାଳ ଦାସ ମହାନନ୍ଦ ପରିଚାଳନା କରିଥିବାବେଳେ ଶେଷରେ ସଭାପତି ଶ୍ରୀ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.