ଚନ୍ଦ୍ରଭାନୁ ମହୋତ୍ସବ-୨୦୨୫ ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଚନ୍ଦ୍ରଭାନୁ ଉଚ୍ଚ ବିଦ୍ୟାଳୟ ଚିକିଲି ଠାରେ ବୁଧବାର ବାର୍ଷିକ ଉତ୍ସବ “ଚନ୍ଦ୍ରଭାନୁ ମହୋତ୍ସବ” ୨୦୨୫ ମହାସମାରୋହରେ ପାଳିତ ହୋଇଛି।ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ହୃଷିକେଶ ନାଏକଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ବିଜ୍ଞାନ ସୁପର ଭାଇଜର ଦୁଷ୍ମନ୍ତ ଶେଖର ପାଢ଼ୀ ଯୋଗଦେଇଥିଲେ।ମୁଖ୍ୟବକ୍ତା ଭାବେ କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ କୋକସରା ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଗମ୍ଭାରୀଗୁଡା ସରପଞ୍ଚ ଈଶରାମ ସୁନାନୀ ଯୋଗଦେଇଥିଲେ। ଅନୁଷ୍ଠାନର ପୂର୍ବତନ ଶିକ୍ଷକ ପ୍ରତାପ କିଶୋର ପଣ୍ଡା,ଗୋକୁଳ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ଠାକୁର,ଚିତ୍ରସେନ ବେମାଲ, ଧନମତ ଧଙ୍ଗଡ଼ାମାଝୀ, ଚିତ୍ତରଞ୍ଜନ ଠାକୁର, ଗଗନେଶ୍ୱର ବେମାଲ,ଚନ୍ଦ୍ର କିଶୋର ପଣ୍ଡାଙ୍କୁ ଏହି ଅବସରରେ ସମ୍ବର୍ଦ୍ଧନା ଦିଆଯାଇଥିଲା। ଶିକ୍ଷୟତ୍ରୀ ଗାୟତ୍ରୀ କୁମାରୀ ଷଡ଼ଙ୍ଗୀ ଓ ଶିକ୍ଷକ ଚିତ୍ତରଞ୍ଜନ ମହାନ୍ତି ସଭା ପରିଚାଳନା କରିଥିବା ବେଳେ ପ୍ରଧାନ ଶିକ୍ଷକ ମଳୟ ବାଗ ବାର୍ଷିକ ବିବରଣୀ ପଠନ କରିଥିଲେ। କାର୍ଯ୍ୟକ୍ରମରେ ଶିକ୍ଷୟତ୍ରୀ ସରିତାଧାରା ସାହୁ, ଚନ୍ଦ୍ରିକା ପ୍ରଧାନ, ବର୍ଷାରାଣୀ ସାହୁ, କଳ୍ପନା ଶବର, ଦିବ୍ୟା ଶବର, ଶିକ୍ଷକ ପଦ୍ମନ ସାହୁ, ଦିବାକର ଦାଶ, ଦୀନବନ୍ଧୁ ଗିରି, ସାରଦା ଶଙ୍କର ସାହୁ, ଭବାନୀ ଶଙ୍କର ଶବର, ସେବକ ପଦ୍ମନାଭ ଛତ୍ରିଆ, ସୁଗ୍ରୀସେନ ବଗର୍ତ୍ତୀ, ଜଗତାନନ୍ଦ ଶବର, ପରିଚାଳନା କମିଟି ସଦସ୍ୟ,ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ବାର୍ଷିକ ଉତ୍ସବ ର ପୁରସ୍କାର ବିତରଣ ସହ ଆନନ୍ଦ ଉଲ୍ଲାସରେ କାର୍ଯ୍ୟକ୍ରମ ଉଦଯାପିତ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.