ଅଜଣା ଗାଡ଼ି ଧକ୍କାରେ ମହିଳା ମୃତ: କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ, ୧୮ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ବସନ୍ତପଡ଼ା ଗ୍ରାମ ବୁଲାଣିରେ ଏକ ଅଜଣା ଗାଡ଼ି ଧକ୍କାରେ ବୁଧବାର ସନ୍ଧ୍ୟା ସାଢ଼େ ୬ ଘଣ୍ଟା ସମୟରେ ଡେଙ୍ଗସର୍ଗି ଗାଁର କୁମାରୀ ମାଝୀ (୪୦)ଙ୍କ ମୃତ୍ୟୁ ଘଟିଥିଲା।ଘଟଣାସ୍ଥଳ ମୁଖ୍ୟ ରାସ୍ତା ଉପରେ ମହିଳାଙ୍କ ମୃତଦେହ ରଖି କ୍ଷତିପୂରଣ ଦାବିରେ ପରିବାର ଓ ଉତ୍ତ୍ଯକ୍ତ ଲୋକ ରାସ୍ତା ଅବରୋଧ କରିଥିଲେ।ପ୍ରଶାସନ ଓ ଲାଞ୍ଜିଗଡ ବେଦାନ୍ତ କମ୍ପାନୀର କର୍ତ୍ତୃପକ୍ଷ ଘଟଣା ସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ପ୍ରାୟ ୧୮ ଘଣ୍ଟା ପରେ ଲୋକେ ଧାରଣାରୁ ଓହରିଥିଲେ।

Omkar Vasthu
Omkar Vasthu

ସୂଚନା ଅନୁସାରେ ବୁଧବାର ସନ୍ଧ୍ୟା ସାଢେ ୬ ଘଣ୍ଟା ସମୟରେ ଲାଞ୍ଜିଗଡ଼ରୁ ମୁନିଗୁଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାର ବେଦାନ୍ତ କମ୍ପାନୀର ପାର୍ଶ୍ବରେ ରହିଥିବା ବସନ୍ତପଡ଼ା ଗ୍ରାମ ମୁଣ୍ଡରେ ଥିବା ବୁଲାଣିରେ କୁମାରୀଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର୍ ହୋଇଯାଇଥିଲା। କୁମାରୀ ବୁଧବାର ଦିନ ଅପରାହ୍ନରେ ନିଜ ଗାଁ ଡେଙ୍ଗସର୍ଗିରୁ ବାହାରି ବଳଦ ଆଣିବା ପାଇଁ ବାପଘର ବସନ୍ତପଡ଼ାକୁ ଯାଇଥିଲା। ସନ୍ଧ୍ୟାରେ ବଳଦ ନେଇ ଗାଁର କିଛି ମହିଳା ମାନଙ୍କ ସହ ନିଜ ଗାଁ ଡେଙ୍ଗସର୍ଗିକୁ ଫେରୁଥିଲା।ବସନ୍ତ ପଡା ଗାଁ ବୁଲାଣିରେ ପଛରେ ଥିବା କୁମାରୀଙ୍କ ଉପରେ ଗାଡିଟି ଚଡି ଯାଇଥିଲା। ହେଲେ ଅନ୍ଧକାର ଯୋଗୁଁ ସାଥିରେ ଥିବା ମହିଳା ମାନେ ଜାଣି ପାରି ନ ଥିଲେ।

Pearl dental clinic
Near Ashish Medical Store, Bhawanipatna

ଗାଁକୁ ଯାଇ କୁମାରୀଙ୍କୁ ନଦେଖିବାରୁ ପୁଣି ପରିବାର ସହ ଖୋଜିବାକୁ ଆସି ବୁଲାଣିରେ କୁମାରୀଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲୁ ବୋଲି ସ୍ବର୍ଗତ କୁମାରୀଙ୍କ ଝିଅ ବାସନ୍ତୀ ମାଝୀ ପ୍ରକାଶ କରିଛନ୍ତି। ମୃତ ମହିଳାଙ୍କ ସ୍ବାମୀ ସ୍ବର୍ଗତ ସନ୍ୟାସୀ ମାଝୀଙ୍କ ୫ ବର୍ଷ ତଳେ ମୃତ୍ୟୁ ଘଟିଥିବା ବେଳେ ତାଙ୍କର ୫ ପୁଅ ଓ ୨ ଜଣ ଝିଅ ଅଛନ୍ତି। ସ୍ୱାମୀ ସନ୍ୟାସୀଙ୍କ ମୃତ୍ୟୁ ପରେ କୁମାରୀ ଦିନ ମଜୁରିଆ ଭାବେ କାମକରି ପରିବାର ପ୍ରତିପୋଷଣ କରୁଥିଲେ।ବର୍ତମାନ ଏହି ପୁଅଝିଅ ଅନାଥ ହୋଇପଡ଼ିଛନ୍ତି ।ଏହାକୁ ନେଇ ଘଟଣାସ୍ଥଳରେ ମହିଳାଙ୍କ ମୃତଦେହ ରଖି କ୍ଷତିପୂରଣ ଦାବିରେ ଉତ୍ତ୍ଯକ୍ତ ଲୋକେ ବୁଧବାର ସନ୍ଧ୍ୟା ୭ଟାରୁ ରାସ୍ତା ଅବରୋଧ କରିଥିଲେ। ଖବର ପାଇ ଲାଞ୍ଜିଗଡ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ନିଜ ପୋଲିସ ବଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।ସ୍ଥାନୀୟ ଲୋକେ ବେଦାନ୍ତ କମ୍ପାନୀକୁ ମାଲ ପରିବହନ କରିବା ପାଇଁ ଆସି ଥିବା ଭାରିଯାନ ଚାପରେ ମହିଳାଙ୍କ ମୃତ୍ୟୁ ଘଟୁଛି ବୋଲି ପ୍ରକାଶ କରିବା ପରେ ବୁଧବାର ରାତିରେ ସନ୍ଦେହରେ ଉକ୍ତ ରାସ୍ତା ଦେଇ ଯାଇଥିବା ୨ଟି ଟ୍ରଲରକୁ ସୀମାନ୍ତ ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ କରଡ଼ାବନ୍ଧ ଗାଁ ନିକଟରେ ଅଟକ ରଖି ଲାଞ୍ଜିଗଡ ଥାନାକୁ ଆଣି ତଦନ୍ତ କରୁଥିବା ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି।ମୃତକ କୁମାରୀଙ୍କ ପରିବାର ଓ ଗ୍ରାମବାସୀ ବୁଧବାର ସନ୍ଧ୍ୟା ୭ଟାରୁ ରାସ୍ତା ଅବରୋଧ କରିଥିବା ବେଳେ ପରିବାର ୭ ପୁଅ ଝିଅକୁ ପାଠପଢା ଓ ଚାକିରୀ ବାବଦକୁ ନେଇ କ୍ଷତିପୂରଣ ଦାବିରେ ଆଜି ଭୋର ସକାଳୁ ୫ଟାରୁ ବେଦାନ୍ତ କମ୍ପାନୀର ମୁଖ୍ୟ ଗେଟ ବନ୍ଦ କରି ଧାରଣା ଦେଇଥିଲେ।

Udyog Nursery
Udyogi Nursery

ଲାଞ୍ଜିଗଡ-ମୁନିଗୁଡା ରାସ୍ତାରେ ଚଳାଚଳ ବନ୍ଦ ରହିଥିବା ବେଳେ ଶହ ଶହ ଗାଡି ଅଟକ ରହିଥିଲା।ଲାଞ୍ଜିଗଡ ତହସିଲଦାର ଜ୍ଞାନଜିତ ତ୍ରିପାଠୀ, ବେଦାନ୍ତ କର୍ତ୍ତୃପକ୍ଷ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ମୃତଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ସହ ପରିବାର ତିନି ଜଣଙ୍କୁ ବେଦାନ୍ତର ସହଯୋଗୀ କମ୍ପାନୀରେ ଚାକିରୀ ଦିଆଯିବ ବୋଲି କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦେବା ପରେ ଦିନ ୧ଟାରେ ଲୋକେ ଧାରଣା ରୁ ଓହରି ଥିଲେ। ପ୍ରାୟ ୧୮ ଘଣ୍ଟା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.