ସୋନପୁରର ବିଶିଷ୍ଟ ଶିକ୍ଷାବିତ ରେଣୁକା ମିଶ୍ର ଆଉ ନାହାନ୍ତି

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁରର ବିଶିଷ୍ଟ ଶିକ୍ଷାବିତ ତଥା ସୋନପୁର କଲେଜର ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ରେଣୁକା ମିଶ୍ର (୮୨) ଙ୍କ ଦେହାନ୍ତ ହୋଇଯାଇଛି। ଗୁରୁବାର ଦିନ ୧୨.୩୦ ରେ ଘୋଡାଘାଟପଡା ସ୍ଥିତ ଘରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସେ ଦୀର୍ଘ ଦିନ ଧରି ଶିକ୍ଷାଦାନ କରିଥିବା ବେଳେ ବହୁ ଅନୁଷ୍ଠାନ ସହ ଜଡ଼ିତ ରହି ବହୁ ସେବା କାର୍ଯ୍ୟକରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ। ସେ ସୋନପୁର କଲେଜ ଅଧ୍ୟକ୍ଷ ଥିବା ସମୟରେ କଲେଜର ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ହୋଇଥିବା ବେଳେ ସମସ୍ତ ଛାତ୍ର ଛାତ୍ରୀଙ୍କ ପ୍ରୀୟଭାଜନ ଥିଲେ।

ସେ ଜଣେ ଶାନ୍ତ, ଭଦ୍ର, ସରଳ ତଥା ଅମୟିକ ବ୍ୟକ୍ତିତ୍ଵର ଅଧିକାରିଣୀ ଥିଲେ। ତାଙ୍କ ମିଠା ମିଠା କଥା ଆଜି ଅଗଣିତ ଛାତ୍ର ଛାତ୍ରୀ ଶୁଭେଚ୍ଛୁ ଝୁରୁଛନ୍ତି। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶ୍ରୀ ସତ୍ୟ ସାଇ ସେବା ସମିତି, ଶିକ୍ଷକ ସଂଘ ସମେତ ସହର ତଥା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

ପ୍ରକାଶ ଥାଉ କି ଯେ ଚିତ୍ତ ଜ୍ଞାନୀ ଚାରିଟେବୁଲ ଟ୍ରଷ୍ଟ ପଶ୍ଚିମ ଓଡ଼ିଶା ପକ୍ଷରୁ ଆୟୋଜିତ ମେଗା ସ୍ବାସ୍ଥ୍ୟ ଚିକିତ୍ସା ଶିବିରରେ ଗତ ୨୬ ତାରିଖ ଦିନ ସୁଶ୍ରୀ ରେଣୁକା ମିଶ୍ରଙ୍କୁ ସୁପର ସିନିଅର ସିଟିଜେନ ଭାବରେ ପ୍ରାକ୍ତନ ବିଚାରପତି ଓଡ଼ିଶା ହାଇକୋର୍ଟ ଶ୍ରୀ ଚିତ୍ତ ରଞ୍ଜନ ଦାଶଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.