ଅଲ୍ ଇଣ୍ଡିଆ ଫୁଟବଲ୍ ପାଇଁ ରାମଧୁନ୍ କ୍ଳବ୍ ପକ୍ଷରୁ ଫ୍ରାଞ୍ଚାଇଜ୍ ମିଟ୍

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସ୍ଥାନୀୟ ହୋଟେଲ ମୁନ ଠାରେ ସୋନପୁର ରମଧୁନ କ୍ଲବ୍ ପକ୍ଷରୁ ୧୬ ତମ ସର୍ବଭାରତୀୟ ରାମଧୁନ କପ ଫୁଟବଲ ଟୁର୍ନାମେଣ୍ଟ ପାଇଁ ଏକ ଫ୍ରାଞ୍ଚାଇଜ୍ ମିଟ ଅନୁଷ୍ଟିତ ହୋଇଯାଇଛି।

୮ ଗୋଟି ଫ୍ରାଞ୍ଚାଇଜ ମାନଙ୍କୁ ନେ଼ଇ ଅନୁଷ୍ଟିତ ଏଇ ମିଟର ସଭାମଞ୍ଚରେ କ୍ଳବ ଉପଦେଷ୍ଟା କଇରୁ ସ୍ବାଇଁ, କ୍ରୀଡ଼ା ସଂଘ ଉପଦେଷ୍ଟା ଚିତ୍ତ ରଞ୍ଜନ ତରାସିଆ, କ୍କବ ସଦସ୍ୟ କମଳା ସାହୁ , ରାଜୀବ ସାହୁ, ପୀୟୂଷ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଫୁଟବଲ ଟୁର୍ନାମେଣ୍ଟ ଉପରେ ସବିଶେଷ ବିବରଣୀ ଦେଇଥିଲେ।

ରାମଧୁନ କ୍ଲବର ସଦସ୍ୟ ବିକାଶ ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥବା ବେଳେ ସଭା ପରିଚାଳନା କରିଥିଲେ। ସମସ୍ତ ପ୍ରାୟୋଜକଙ୍କୁ ଆଜି ଏଠାରେ ସମ୍ବର୍ଧିତ କରାଯାଇଥିବା ବେଳେ ୮ ଗୋଟି ଟିମ୍ କୁ ନେଇ ଏମାନଙ୍କ ମଧ୍ୟରେ ଲଟେରୀ ଉଠାଣ ସହିତ ଜର୍ସି ଉନ୍ମୋଚନ କରଯାଇଥିଲା।

୮ ଗୋଟି ଫ୍ରାଞ୍ଚାଇଜ ମଧ୍ୟରେ ମହାନଦୀ ଧାରା, ଚନ୍ଦ୍ରମା ମୋଟର୍ସ, ହୋତା ମୋଟର୍ସ, ସଂସ୍କାର ଏଗ୍ରୋ, ବଗଲା ଜ୍ୱଲେର୍ସ, ଶରଧା ଟେକ୍ନୋଲୋଜି, ଆଦିତି +୨ କଲେଜ ଏବଂ ନାଇସେଟ କମ୍ପୁଟର ପ୍ରମୁଖ ବିଭିନ୍ନ ଫୁଟବଲ ଦଳକୁ ଚୟନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.