ନୀଳକଣ୍ଠେଶ୍ଵର କ୍ରିକେଟ ଟୁର୍ଣ୍ଣାମେଣ୍ଟ: ବଡ଼ପୁଝାରୀଗୁଡାକୁ ହରାଇ ଜୁନାଗଡ଼ ଚାମ୍ପିଅନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମ ଠାରେ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର କ୍ରିକେଟ କ୍ଳବ ଆନୁକୂଲ୍ୟରେ ଚାଲିଥିବା ରେଡ୍ ଟେନିସ ନକ୍ ଆଉଟ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦଯାପିତ ହୋଇଛି। ଫାଇନାଲ ଖେଳ ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉଦ୍ୟୋଗପତି ବିବେକ କୁମାର ଅଗ୍ରୱାଲ, ସମାଜସେବୀ ଯଶୋବନ୍ତ ସିଂ ନାଏକ, ପୂର୍ବତନ ମୋଟେର ସରପଞ୍ଚ ଇଂ ସୁଶୀଲ କୁମାର ଶବର, ଘେନୁ ବେହେରା, ଗୋବିନ୍ଦ ପାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଜେତା ଓ ଉପ ବିଜେତା ଟିମ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଫାଇନାଲ ମ୍ୟାଚ୍ ବଡ଼ପୂଝାରୀଗୁଡା ଓ ଜୁନାଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ବଡ଼ପୁଝାରୀଗୁଡା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ୭୫ ରନ୍ ସଂଗ୍ରହ କରିଥିଲା। ଜବାବରେ ଜୁନାଗଡ଼ ଟିମ୍ ବିଜୟ ଲକ୍ଷ ନେଇ ୫ ଓଭରରେ ୨ ୱିକେଟ୍ ହରାଇ ବିଜୟ ହାସଲ କରିଥିଲେ। ଜୁନାଗଡ଼ ଟିମ ଟୁର୍ଣ୍ଣାମେଣ୍ଟ ର ବିଜେତା ହୋଇଛି। ଅମ୍ପିୟାର ଭାବରେ ହିରଣ୍ୟ ବେହେରା ଓ ଦେବେନ୍ଦ୍ର ସାଗର ଖେଳ ପରିଚାଳନା କରିଥିଲେ। ଅଜୁ ନାଏକ ସ୍କୋର ବୋର୍ଡ ଦାୟିତ୍ୱରେ ରହିଥିବା ବେଲେ ମୁନା ଖିଲ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ। ଆୟୋଜକ ଅନୁଷ୍ଠାନର ସଭାପତି କ୍ଷୀରସିନ୍ଧୁ ସୁନାନୀ, ଉପ ସଭାପତି ବିଶ୍ୱଜିତ ମହାନ୍ତି, ସମ୍ପାଦକ କିଶୋର ରେଡ୍ଡୀ, କୋଷାଧ୍ୟକ୍ଷ ତୋଫାନ କର, ଭାଗ୍ୟବାନ ପୁଝାରୀ, ବଳରାମ ଦୁର୍ଗା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.