ପଲମ୍ କ୍ଲଷ୍ଟର ପକ୍ଷରୁ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ପଲମ କ୍ଲଷ୍ଟର ପକ୍ଷରୁ କ୍ଲଷ୍ଟରସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଡିଲେଶ୍ୱର ରଣାଙ୍କ ତତ୍ବାବଧାନରେ ଆୟୋଜିତ ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀପୁର ସିଆରସିସି ରଘୁପତି ନାଏକ, ସମ୍ମାନିତ ଅତିଥି ଭାବେ ପଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିପ୍ର ବଗର୍ତ୍ତୀ, ଖଇରମାଲ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଯୁବରାଜ ଜାନୀ, ଆଲିମ୍ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ଜଗନ୍ନାଥ ମାଝୀ, ବିଦ୍ୟାଳୟ ପରିଚାଳନା କମିଟି ଉପସଭାପତି ଉମାଶଙ୍କର ମିଶ୍ର ପ୍ରମୁଖ ମଞ୍ଚାସୀନ ଥିଲେ।

ଶିକ୍ଷକ ଜ୍ଞାନେନ୍ଦ୍ର ଗହିର ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ ଛନ୍ଦାଚରଣ ଧରୁଆ ଧନ୍ୟବାଦ ଦେଇଥିଲେ। ଏଥିରେ କ୍ଲଷ୍ଟର ଅନ୍ତର୍ଗତ ୧୦ଟି ବିଦ୍ୟାଳୟରୁ ୧୦ଜଣ ଲେଖାଏଁ ଛାତ୍ରଛାତ୍ରୀ ଗାଇଡ ଶିକ୍ଷକଙ୍କ ସହ ଯୋଗଦେଇଥିଲେ। ମେଳାରେ ସାକ୍ଷରତା, ସଂଖ୍ୟା ଜ୍ଞାନ, ସୃଜନାତ୍ମକ ଓ ମତାମତ ଷ୍ଟଲରେ ଛାତ୍ରଛାତ୍ରୀମାନେ ନିଜର ପ୍ରକଳ୍ପ ସବୁକୁ ଉପସ୍ଥାପନ କରିଥିଲେ।

ସେହିପରି ଅପରାହ୍ନରେ ଆୟୋଜିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଆରସିସି ଗୋବର୍ଦ୍ଧନ ମାଝୀ, ମୁଖ୍ୟ ବକ୍ତା ଏବିଇଓ ସୂର୍ଯ୍ୟଦେବ ବାଗ, ଭାନପୁର ସିଆରସିସି ଦୁର୍ଗାମାଧବ କୁମାର, ପଲମ ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ବିପ୍ର ବଗର୍ତ୍ତୀ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ଯଶୋବନ୍ତୀ ସାହୁ, କମିଟି ସଦସ୍ୟା ପ୍ରିୟଙ୍କା ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।

ସିଆରସିସି ଡିଲେଶ୍ୱର ରଣା ସ୍ବାଗତ ଭାଷଣ ଓ ସଭା ପରିଚାଳନା କରିଥିଲେ। ବକ୍ତୃତା, ହସ୍ତଶିଳ୍ପ, ଚିତ୍ରାଙ୍କନ, ଶ୍ରେଷ୍ଠ ସାକ୍ଷରତା ଓ ସଂଖ୍ୟାଜ୍ଞାନ ପ୍ରକଳ୍ପରେ ଅଂଶଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ଏଥିରେ କ୍ଲଷ୍ଟରର ସମସ୍ତ ଏଫଏଲ୍ଏନ ଶିକ୍ଷକଙ୍କ ସମେତ ପଲମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.