ପଣ୍ଡିତ ଉଦୟନାଥ ମିଶ୍ରଙ୍କ ପତ୍ନୀ ବିୟୋଗ

ଓଡ଼ିଆ ବାର୍ତ୍ତା/ ସଇଁତଲା (ଗୋକୁଳାନନ୍ଦ ବଗର୍ତ୍ତୀ): ସଇଁତଲା ବ୍ଲକ ଅଂଚଳର ଜଣାଶୁଣା ପଣ୍ଡିତ ତଥା ଜ୍ୟୋତିଷ ବିଶାରଦ ଉଦୟନାଥ ମିଶ୍ରଙ୍କ ପତ୍ନୀ ପଙ୍ଗଜିନୀ ମିଶ୍ର ତାଙ୍କର କଅଁସରପଡ଼ାସ୍ଥିତ ବାସଭବନରେ ପରଲୋକ ଗମନ କରିଛନ୍ତି। ମୃତ୍ୟୁ ସମୟରେ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲ ସେ ଅସୁସ୍ଥ ହୋଇ ଘରେ ଚିକିତ୍ସିତ ହେଉଥିଲେ। ତାଙ୍କ ମୃତ୍ୟୁ ସମୟରେ ତାଙ୍କର ସାମୀ ଉଦୟନାଥ ମିଶ୍ର, ପୁତ୍ର କୈଳାସ ମିଶ୍ର, ସୁବୋଧ ମିଶ୍ର, କିରଣ ମିଶ୍ର, ସଂଜୀବ ମିଶ୍ର, ରାଧାକାନ୍ତ ମିଶ୍ରଙ୍କ ସମେତ ତାଙ୍କ ଝିଅ ସୁଷମା ମିଶ୍ର, ଜ୍ବାଇଁ ପ୍ରଦୀପ ମିଶ୍ର, ବୋହୂ ନାତିନାତୁଣୀ ଏବଂ ପରିବାରବର୍ଗ ଉପସ୍ଥିତ ଥିଲେ। ମଙ୍ଗଳବାର ଲାନ୍ଥ ନଦୀ କୂଳରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ବଡ଼ ପୁଅ କୈଳାସ ମିଶ୍ର ମୁଖାଗ୍ନି ଦେଇଥିଲେ।ଶେଷ ଦର୍ଶନ କରିବାକୁ ସଇଁତଲା ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସମେତ ଶତାଧିକ ଜନସାଧାରଣ ଉପସ୍ଥିତ ଥିଲେ। ସେ ଜଣେ ପରୋପକାରୀ ମେଳାପୀ ମହିଳା ଥିବାରୁ ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.