ସୁବର୍ଣ୍ଣପୁରରେ ନୂତନ ଜିଲ୍ଲା ଶିକ୍ଷଧିକାରୀଙ୍କ ଯୋଗଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷାଧିକାରୀ ଭାବେ ମୀନାରାଣୀ ମଙ୍ଗଲ ଯୋଗ ଦେଇଥିବା ବେଳେ ଶିକ୍ଷା ବିଭାଗ ଚଳଚଞ୍ଚଳ ହୋଇ ଉଠିଛି। ଶ୍ରୀମତୀ ମଙ୍ଗଳ ପହଞ୍ଚିବା ପରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମସ୍ତ ବ୍ଲକ ଗୋଷ୍ଠି ଅଧିକାରୀ, ସମଗ୍ର ଶିକ୍ଷା କର୍ମଚାରୀ ଓ ଶିକ୍ଷକ ସଂଘର ବିଭିନ୍ନ ଶାଖା ପକ୍ଷରୁ ତାଙ୍କୁ ସ୍ଵାଗତ କରଯାଇଛି। ଜିଲ୍ଲାର ସମସ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ପ୍ରଥମ ଦିନର ସାକ୍ଷାତରେ ଶ୍ରୀମତୀ ମଙ୍ଗଲ କହିଥିଲେ ଯେ କେବଳ ଦଶମ କ୍ଲାସରେ ଉଦ୍ୟମ କଲେ ହେବନି ବରଂ ମେଧା ଛାତ୍ରଛାତ୍ରୀ ତିଆରି ପାଇଁ ଓ ବିଦ୍ୟାଳୟର ଏ ୱାନ ଫଳାଫଳ ହାର ବୃଦ୍ଧି କରିବାକୁ ହେଲେ ମୂଳଦୁଆରୁ ପ୍ରଥମ କ୍ଲାସ ଠାରୁ ଛାତ୍ରଛାତ୍ରୀଙ୍କୁ ସେଇ ଢାଞ୍ଚାରେ ଗଢ଼ିବାକୁ ହେବ ଓ ଅଭିଭାବକଙ୍କ ସହିତ ନିରନ୍ତର ଭାବେ ସଂପର୍କ ଯୋଡ଼ିବାକୁ ପରାମର୍ଶ କରିଥିଲେ। ଓଡ଼ିଶା ସାମ୍ୱାଦିକ ସଂଘ ସୋନପୁର ଶାଖା କର୍ମକର୍ତ୍ତା ପକ୍ଷରୁ ସାକ୍ଷାତ ଆଲୋଚନା ଓ ନୂତନ ଜାତୀୟ ଶିକ୍ଷା ଯୋଜନାର ଆଭିମୁଖ୍ୟ ଓ ଏହାର ସଫଳତା ଉପରେ ପ୍ରଶ୍ନର ଉତ୍ତରରେ ଶ୍ରୀମତୀ ମଙ୍ଗଲ କହିଥିଲେ ଯେ ଜିଲ୍ଲା ର ସମସ୍ତ ହାଇସ୍କୁଲକୁ ଅଚାନକ ପରିଦର୍ଶନ କରି ବିଦ୍ୟାଳୟର ଭିତ୍ତିଭୂମି ପରିବେଶ ଉପରେ ଓ ଶିକ୍ଷାର ସଂସ୍କାର ଦିଗରେ ଗୁରୁତ୍ଵ ଦେବି ବୋଲି କହିବା ସହ ଜାତୀୟ ଶିକ୍ଷା ଯୋଜନା ସୁ-ସଫଳ ପାଇଁ ଉଦ୍ୟମ ଜାରି ରଖିବୁ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.