ଅଜଣା ଗାଡି ଧକ୍କାରେ ଜଣେ ମୃତ: ଟାୟାର ଜାଳି ରାସ୍ତାରେ ବସିଲେ ପରିବାର ଲୋକେ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ସକାଳୁ ସକାଳୁ ଦୈନଦିନ କଂସେଇ ଖାନାରେ ଛେଳି କାଟିବା ପାଇଁ ଯାଉଥିବା ବେଳେ ଅଜଣା ଗାଡି ଧକା ରେ ଜଣା ଶୁଣା ବ୍ୟକ୍ତି ସୂର୍ଯ୍ୟ ନାୟକ ମୃତ। ବୁଡାପଡା ଗ୍ରାମର ସୂର୍ଯ୍ୟ ନାୟକ ସକାଳୁ ସକାଳୁ ସବୁବେଳେ ଆମ୍ବେଦକର ଛକ ରେ ନିଜ ଦୋକାନ କଂସେଇ ଖାନା ରେ ଛେଳି ମାଂସ ବିକ୍ରି କରିବା ପାଇଁ ସର୍ବଦା ଯାଆନ୍ତି। ଆଜି ମଧ୍ୟ ସକାଳୁ ସକାଳୁ ଯାଉଥିବା ବେଳେ ଅଜଣା ଗାଡି ଟ୍ରକ ଧକା ଦେଇ ଚାଲିଯାଇଥିଲା. କିଛି ଜାଣିବା ପୂର୍ବରୁ ଟ୍ରକଟି ଚମ୍ପଟ ମାରିଥିଲା। ସଙ୍ଗେ ସଙ୍ଗେ ଆହତ ସୂର୍ଯ୍ୟ ନାୟକଙ୍କୁ ତୁମୁଡିବନ୍ଧ ସ୍ୟାସ୍ଥ୍ୟ କେନ୍ଦ୍ର ଓ ପରେ ବାଲିଗୁଡା ସ୍ୟାସ୍ତ୍ୟ କେନ୍ଦ୍ରକୁ ପଠାଇ ଦିଆ ଯାଇଥିଲା। ସେଠାରେ ଗୁରୁତର ହେବାରୁ ବ୍ରହ୍ମପୁର ସ୍ଵାସ୍ତ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା କିନ୍ତୁ ମୁଣ୍ଡରେ ଅଧିକ ରକ୍ତ ଶ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ଅନ୍ୟ ପଟେ ବୁଡାପଡା ଗ୍ରାମରେ ମୃତକଙ୍କ ପରିବାର ଏବଂ ଗ୍ରାମବାସୀ ମିଶି ରାସ୍ତା ରୋକ କରିଥିବା ଜଣା ପଡିଛି। ଦଶ ଲକ୍ଷ ଟଙ୍କା ଏବଂ ପରିବାର ର ଜଣଙ୍କୁ ଚାକିରୀ ଦାବିରେ ପରିବାର ଲୋକେ ରାଜ୍ୟ ରାଜ ପଥ ଉପରେ ପଥର ଏବଂ ଟାୟାର ଜାଳି ରାସ୍ତା ଅବରୋଧ କରିଥିବା ଜଣା ପଡିଛି। ସ୍ଥାନୀୟ ପ୍ରଶାସନ ବୁଝାଇ ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଥିବା ଦେଖା ଦେଇଛି। ରାସ୍ତା ର ଉଭୟ ପାର୍ଶ୍ୱରେ ଗାଡି ମଟର ଅଟକି ରହିଥିବା ଦେଖାଦେଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.