ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଶୁଭାରମ୍ଭ

ମତ୍ସ୍ୟ ପ୍ରାଣୀସମ୍ପଦର ଅଭିବୃଦ୍ଧି ରାଜ୍ୟର ଚାଷୀଙ୍କ ସମୃଦ୍ଧି

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ତଥା ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫରୁ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଦ୍ବାରା ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ସ୍ଥାନୀୟ ରୟାଲ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି।ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ବୀରମହାରାଜପୁର ବିଧାୟକ ଶ୍ରୀ ରଘୁନାଥ ଜଗଦଲା ଯୋଗଦାନ କରି ଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପ-ଜିଲ୍ଲାପାଳ ଡ଼ଃ ସୌମ୍ୟାରୂପା ରଥ, ସିଡିଭିଓ ପରମେଶ୍ୱର ସେଠୀ, ନିର୍ଦେଶକ ଗୋ-ପ୍ରାଣୀ ସମ୍ପଦ ପ୍ରଜନନ କେନ୍ଦ୍ର ଚିପିଲିମା ସାରଦା ପ୍ରସନ୍ନ ସାହୁ ପ୍ରମୁଖ ଯୋଗଦାନ କରି ମତ୍ସ୍ୟ ପ୍ରାଣୀସମ୍ପଦର ଅଭିବୃଦ୍ଧିରେ ଜିଲ୍ଲାର ଚାଷୀ ସମୃଦ୍ଧି ଓ ସ୍ୱାବଲମ୍ବୀ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି। ଚାଷୀ ଭାଇ ମାନେ ପାରମ୍ପରିକ ଚାଷ ତୁଳନାରେ ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ଚାଷ ଅଧିକ ଅର୍ଥ ଲାଭକାରୀ ହେତୁ ଜିଲ୍ଲାର ଚାଷୀମାନେ ସରକାରଙ୍କ ବିଭିନ୍ନ ଯୋଜନାରେ ଏହାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି। ମେଳାରେ ମତ୍ସ୍ୟ, ପାଣିସମ୍ପଦ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ ଆୟୋଜିତ ହେବା ସାଙ୍ଗକୁ ଜୀବନ୍ତ ପ୍ରାଣୀ ଓ ମତ୍ସ୍ୟ ସମ୍ପଦର ପ୍ରଦର୍ଶନ କରାଯାଇଛି। କାର୍ଯ୍ୟକ୍ରମ ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ମତ୍ସ୍ୟ ଓ ପାଣିସମ୍ପଦ ବିକାଶରେ ସଫଳ ଚାଷୀ, ଉଦ୍ୟୋଗୀଙ୍କୁ ସେମାନଙ୍କ ସଫଳତା ନିମନ୍ତେ ଅତିଥି ବୃନ୍ଦ ସମ୍ବର୍ଦ୍ଧିତ କରିଥିଲେ। ପୁନଶ୍ଚ ପ୍ରାଣୀ ପାଳନ ଓ ମତ୍ସ୍ୟଚାଷୀଙ୍କ ସଫଳ କାହାଣୀ ସହିତ ମତ୍ସ୍ୟ ଓ ପ୍ରାଣୀ ପାଳନ ବିକାଶ ବିଭାଗର ବିଭିନ୍ନ ଯୋଜନା, ନୂତନ ଜ୍ଞାନ କୌଶଳ ର ବ୍ୟବହାର ର ସଫଳ କାର୍ଯ୍ୟକାରିତା ନିମନ୍ତେ ବିଶେଷଜ୍ଞମାନେ ଉପସ୍ଥିତ ଚାଷୀଙ୍କୁ ଉପଯୋଗୀ ପରାମର୍ଶ ପ୍ରଦାନ କରି ଚାଷୀଙ୍କ ସହ ଭାବ ବିନିମୟ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ରେ ବିଭାଗ ର ମମତା ପଣ୍ଡା ସଂଯୋଜନା କରିଥିବା ବେଳେ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର କୋଣ ଅନୁକୋଣରୁ ସଫଳ ଚାଷୀ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l କାର୍ଯ୍ୟକ୍ରମ ଆରମ୍ଭରେ ଭୀମଭୋଇ କଲାପରିଷଦର କଳାକାର ମାନଙ୍କ ଦ୍ୱାରା ଆବାହନୀ ସଙ୍ଗୀତ ଗାନ କରାଯାଇଥିବା ବେଳେ କାର୍ଯ୍ୟକ୍ରମ ପରିଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.