ବିଧାୟକଙ୍କ ବିଦ୍ୟାଳୟ ପରିଦର୍ଶନ

ଓଡ଼ିଆ ବାର୍ତ୍ତା/ ମନମୁଣ୍ଡା: କଣ୍ଟାମାଲ ବିଧାୟକ କହ୍ନେଈ ଚରଣ ଡାଙ୍ଗ ଖଟଖଟିଆ ଶ୍ରୀଜଗନ୍ନାଥ ଉଚ୍ଚବିଦ୍ୟାପୀଠକୁ ପରିଦର୍ଶନ କରି ବିଭିନ୍ନ ସୁବିଧା ବୁଝିଛନ୍ତି। ଏହି ଅବସରରେ ଆୟୋଜିତ ପରୀକ୍ଷାପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଯାଜ୍ଞସେନୀ ଖେତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀଯୁକ୍ତ ଡାଙ୍ଗ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଙ୍କୁ ଆସନ୍ତା ଦଶମ ବୋର୍ଡ ପରୀକ୍ଷାରେ କିପରି ଭଲ ପ୍ରଦର୍ଶନ କରିବେ ସେ ସମ୍ପର୍କରେ ବିଭିନ୍ନ ପରାମର୍ଶ ଦେବା ସହିତ ଉତ୍ସାହିତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଭୁବନେଶ୍ୱର ବସ୍ତିଆ, ପ୍ରାକ୍ତନ ସଂସ୍କୃତ ଶିକ୍ଷକ ଜୟକୃଷ୍ଣ ପ୍ରଧାନ, ହିନ୍ଦୀ ଶିକ୍ଷକ ନରେନ୍ଦ୍ର ପ୍ରଧାନ, ପଞ୍ଚାନନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅଜୟ ସାହୁ, ଆରତୀ ନାଏକ, ବିଭୁତି କୁଁଅର, ବିଦ୍ୟାଳୟ କର୍ମଚାରୀ ସୁକୁମାରୀ ସାହୁ, ପ୍ରବେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ଶିକ୍ଷକ ଅଜୟ ସାହୁ ଧନ୍ୟବାଦ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.