ଭଟାଙ୍ଗପଦର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ନିପୂଣ ଓଡ଼ିଶା ମେଳା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ଭଟାଙ୍ଗପଦର ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ପାଳିତ ହୋଇଯାଇଛି ନିପୂଣ ଓଡ଼ିଶା ମେଳା। ଉକ୍ତ ମେଳାରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଈଶ୍ୱର ବେହେରା ଯୋଗଦେଇ ଛାତ୍ରଛାତ୍ରୀ ତଥା ଅଭିଭାବକ ମାନଙ୍କୁ ନିପୂଣ ଭାରତ ଏବଂ ନିପୂଣ ମେଳାର ଅଭିପ୍ରାୟ ବିଷୟରେ ଆଲୋକପାତ କରେଇଥିଲେ ।

ଅନ୍ୟତମ ଅତିଥି ଭାବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଭାରତ ଭୁଷଣ ସାହୁ, ଲକ୍ଷ୍ମୀପ୍ରିୟା ମୁଦୁଲି ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଏବଂ ନିପୂଣ ଓଡ଼ିଶା ର ଲକ୍ଷ୍ୟ ବିଷୟରେ କହିଥିଲେ । ଉକ୍ତ ମେଳା ରେ ଭଟାଙ୍ଗପଦର ସମିତି ସଭ୍ୟ ରୁପେନ୍ ଛତ୍ରିଆ, ସରପଞ୍ଚ ମାଝୀ ଯୋଗଦେଇ ପଞ୍ଚାୟତ ତଥା ସାଧନ କେନ୍ଦ୍ରର ସମସ୍ତ ବିଦ୍ୟାଳୟରେ ନିପୂଣ ଭାରତ ର ଲକ୍ଷ୍ୟ ହାସଲ ହେବା ବାର୍ତ୍ତା ଦେଇ ଥିଲେ ।

୧୬ ଟି ବିଦ୍ୟାଳୟରୁ ପ୍ରାୟ ୧୫୦ ଛାତ୍ର ଛାତ୍ରୀ ଯୋଗ ଦେଇ ସଂଖ୍ୟାଜ୍ଞାନ କୋଣ, ସାକ୍ଷରତା କୋଣ, ସୃଜନ।ତ୍ମକ କୋଣ ଇତ୍ୟାଦି ବୁଲି ଦେଖି ଥିଲେ । ମେଳାର ଉଦଯାପନୀ ପର୍ବରେ ମୌଳିକ ସଂଖ୍ୟାଜ୍ଞାନ ଏବଂ ସାକ୍ଷରତା ରେ ସମର୍ପିତ ଶିକ୍ଷକ ଏବଂ ଶିକ୍ଷୟତ୍ରୀ ମାନଙ୍କୁ ଏବଂ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା ।

ମେଳାର ଆୟୋଜନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ମନୋଜ କୁମାର ସାହୁ କରିଥିଲେ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗିତା ରେ ମେଳା ସାଫଲ୍ୟମଣ୍ଡିତ ହେଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.