ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ମିନିଷ୍ଟାଡିୟମ ଠାରେ ଚାରବାହାଲ ସବ ଡିଭିଜନ ବିଦ୍ୟୁତ ବିଭାଗ ଆନୁକୂଲ୍ୟରେ ଚାରବାହାଲ ସବ ଡିଭିଜନ ପାୱାର କ୍ରିକେଟ କପ-୨୦୨୫ ରବିବାର ଉଦଯାପିତ ହୋଇଛି।ପ୍ରଥମ ଖେଳ ଚାରବାହାଲ ସେକ୍ସନ ଓ ବଡକୁଟ୍ରୁ ସେକ୍ସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବଡ଼କୁଟ୍ରୁ ସେକ୍ସନ ବିଜୟୀ ହୋଇଥିଲା। ଦ୍ଵିତୀୟ ଖେଳ କୋକସରା ସେକ୍ସନ ଓ ଜୟପାଟଣା ସେକ୍ସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ କୋକସରା ସେକ୍ସନ ବିଜୟୀ ହୋଇଥିଲା। ପରେ ଫାଇନାଲ ଖେଳ ବଡକୁଟ୍ରୁ ସେକ୍ସନ ଓ କୋକସରା ସେକ୍ସନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ବଡ଼କୁଟ୍ରୁ ସେକ୍ସନ ପ୍ରଥମେ ବ୍ୟାଟିଂ କରି ୭୦ ରନ୍ ସଂଗ୍ରହ କରିଥିଲା। ଜବାବରେ କୋକସରା ସେକ୍ସନ ୬୫ ରନ ସଂଗ୍ରହ କରି ପରାଜିତ ହୋଇଥିଲା ।ଏଥିରେ ବଡ଼କୁଟ୍ରୁ ସେକ୍ସନ ଚାରବାହାଲ ସବ ଡିଭିଜନ ବିଦ୍ୟୁତ ବିଭାଗ ପାୱାର କପ ର ଚମ୍ପିଆନ ହୋଇଛି।ଅମ୍ପିୟାର ଭାବରେ ତୋଫାନ କର ଓ ସୁଶୀଲ ପଟେଲ ଖେଳ ପରିଚାଳନା କରିଥିଲେ।ବିରଞ୍ଚି ବାଗ ସ୍କୋର ବୋର୍ଡ ଦାୟିତ୍ୱରେ ରହିଥିବା ବେଲେ ସୁଧୀର ନାଏକ ଓ ମୁନା ଖିଲ ଖେଳର ଧାରାବିବରଣୀ ପ୍ରଦାନ କରିଥିଲେ।ଫାଇନାଲ ଖେଳ ର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ବିଦ୍ୟୁତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଲୋକନାଥ ଦାସ, ଏଚଆର କସମୋସ ଲାର୍କା, ଏସ ସାମଲ, ପୂର୍ବତନ ଏସଡିଓ ପ୍ରଦୀପ କୁମାର ଦାସ,ଚାରବାହାଲ ଏସଡ଼ିଓ ଦିପକ ବେହେରା, ଧର୍ମଗଡ଼ ଏସଡ଼ିଓ ବାଳମୁକୁନ୍ଦ ବିଶ୍ୱାଳ, ଜୁନାଗଡ଼ ଏସଡିଓ ମନୋଜ ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜେତା ଓ ଉପ ବିଜେତା ଟିମ୍ କୁ ଟ୍ରଫି ସହ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଶ୍ରୀକାନ୍ତ ପଟ୍ଟଯୋଶୀ, ଦେବଦତ୍ତ ତ୍ରିପାଠୀ, କାଲିଆ, କାହ୍ନା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।