କୁସୁମଖୁଣ୍ଟିରେ ଅଷ୍ଟ ପ୍ରହର ନାମଯଜ୍ଞ ନିମନ୍ତେ କଳସଯାତ୍ରା

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ମୋଟେର ପଞ୍ଚାୟତର କୁସୁମଖୁଣ୍ଟି ଇନ୍ଦ୍ରାବତୀ ତଳ କଲୋନୀ ପୁରୁଣା ଷ୍ଟୋର ରୁମ୍ ଠାରେ ସୋମବାର ଅଷ୍ଟ ପ୍ରହର ଅଖଣ୍ଡ ନାମଯଜ୍ଞ ଆରମ୍ଭ ହେବ। ଏଥିପାଇଁ ରବିବାର କଳସ ଯାତ୍ରା ଓ ଅଧିବାସ କାର୍ଯ୍ୟ ଅନୁଷ୍ଠିତ ହୋଇଛି। କଳସ ଯାତ୍ରାରେ ଗ୍ରାମର ଶତାଧିକ ମହିଳା ଓ କୁନି କୁନି ଝିଅ ମାନେ ସାମିଲ ହୋଇଥିଲେ। ପ୍ରହରୀ ମଣ୍ଡପରେ ପୂଜାର୍ଚ୍ଚନା ପରେ କଳଶଯାତ୍ରାରେ ବାହାରୀ କୁସୁମଖୁଣ୍ଟି ସ୍ଥିତ କେନାଲ ରୁ କଳସରେ ଜଳ ଭର୍ତ୍ତି କରି ଗାଁ ପରିକ୍ରମା କରି ଯଜ୍ଞ ମଣ୍ଡପରେ ପହଞ୍ଚି କଳସ ସ୍ଥାପନ କରିଥିଲେ । ଏହି ସମୟ ମଧ୍ୟରେ ଘଣ୍ଟ, ଶଙ୍ଖ, କୀର୍ତ୍ତନ ଓ ହୁଳହୁଳି ର ନାଦେ ଗାଁ ପରିବେଶ କମ୍ପି ଉଠିଥିଲା। ଏହି ପ୍ରହରୀ ନାମଯଜ୍ଞ ସୋମବାର ସକାଳୁ ଆରମ୍ଭ ହୋଇ ମଙ୍ଗଳବାର ପୁର୍ଣ୍ଣାହୂତି ହେବା ନେଇ ଯଜ୍ଞ କମିଟି ପକ୍ଷରୁ ସୂଚନା ଦିଆଯାଇଛି । ନାମ ଯଜ୍ଞରେ କର୍ତ୍ତା ଭାବେ ମୁରଲୀଧର ବିଶି ଓ ତାଙ୍କ ଧର୍ମପତ୍ନୀ ଶୁଭଦ୍ରା ବିଶି ରହିଥିବାବେଳେ ପୂଜକ ଭାବେ ଅଶୋକ ଦାଶ ପୁଜା କାର୍ଯ୍ୟ ସମ୍ପାଦନ କରିବେ। କଳସ ଯାତ୍ରାରେ ମନୋହର ବିଶି, ଅମିତ ପଣ୍ଡା, ସୁଶୀଲ କୁମାର ଶବର, ସୁଦର୍ଶନ ବେହେରା, ବେଣୁଧର କାଣ୍ଡ, ବିପିନ୍ଦ୍ର ଶବର, ମହେଶ୍ୱର କାଣ୍ଡ, ଘନଶ୍ୟାମ ଦାସ, ରଥ ନାଗ ମହେନ୍ଦ୍ର ବେହେରା ସମେତ କୁସୁମଖୁଣ୍ଟି ଗ୍ରାମବାସୀ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.