ଘଣ୍ଟମାଳ ୟୁପି ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ

୨୬ ଜଣ ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀ ଓ ୪୩ ଜଣ ପୂରାତନ ଛାତ୍ରଛାତ୍ରୀ ହେଲେ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ୟୁପି ସ୍କୁଲକୁ ୫୦ ବର୍ଷ ପୁରଣ ହୋଇଥିବାରୁ ବୁଧବାର ଏହାର ସୁବର୍ଣ୍ଣ ଜୟନ୍ତୀ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସକାଳ ୧୦ ଘଣ୍ଟା ସମୟରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଭାପତି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସାଙ୍କ ନେତୃତ୍ଵରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରୀବିକ୍ରମ ଷଢ଼ଙ୍ଗୀ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ, ପରିଚାଳନା ସମିତିର ସଭାପତି, ସମ୍ପାଦକ, ସଦସ୍ୟ ସଦସ୍ୟା ଓ ଅଭିଭାବକ ମାନେ ସ୍ଥାନୀୟ ଶିବ ମନ୍ଦିର ଶ୍ରୀ ସିଦ୍ଧେଶ୍ୱର ବାବାଙ୍କ ମନ୍ଦିରରୁ ମଶାଲ ଆଣି ଘଣ୍ଟମାଳ ନଗର ପରିକ୍ରମା କରିବା ପରେ ମଶାଲ ମଞ୍ଚରେ ସ୍ଥାପନା କରାଗଲା।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରୀବିକ୍ରମ ଷଢ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ମଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ବିଇଓ ତପିମଣି ଜାନୀ, ଏବିଇଓ ଗୋବର୍ଦ୍ଧନ ମାଝୀ, ସାମ୍ୱାଦିକ ଲିଙ୍ଗରାଜ ମିଶ୍ର ଯୋଗଦାନ କରିଥିବା ବେଳେ ମୁଖ୍ୟ ବକ୍ତା ଭାବରେ ଭବାନୀପାଟଣା ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟର ନିମନ୍ତ୍ରିତ ଅଧ୍ୟାପକ ତଥା ନାଟ୍ୟକାର ଡ. ଉମେଶ ଚନ୍ଦ୍ର ଶତପଥି ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ବିଶିଷ୍ଟ କଣ୍ଠ ଶିଳ୍ପୀ ଜଗନ୍ନାଥ ତ୍ରିପାଠୀ ଓ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।

ଅତିଥି ମାନଙ୍କୁ ବିଦ୍ୟାଳୟ ତରଫରୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରଯାଇଥିଲା। ସଭାପତିଙ୍କ ସ୍ଵାଗତ ଭାଷଣ ପରେ ପ୍ରଧାନ ଶିକ୍ଷକ ଶ୍ରୀ ଷଢ଼ଙ୍ଗୀ ବିବରଣୀ ପଠନ କରିଥିଲେ। ଇତ୍ୟବସରରେ ବିଦ୍ୟାଳୟର ପ୍ରଥମ ପ୍ରଧାନ ଶିକ୍ଷକ ବସନ୍ତ ମହାପାତ୍ର, ଦ୍ଵିତୀୟ ପ୍ରଧାନ ଶିକ୍ଷକ ଶ୍ରୀନିବାସ ପଣ୍ଡାଙ୍କ ସମେତ ୨୬ ଜଣ ବିଦ୍ୟାଳୟରେ ଶିକ୍ଷାଦାନ କରିସାରିଥିବା ପ୍ରାକ୍ତନ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଏବଂ ବିଦ୍ୟାଳୟରେ ପାଠପଢି ସମାଜରେ ପ୍ରତିଷ୍ଠା ଲାଭ କରିଥିବା ୪୩ ଜଣ ପୁରାତନ ଛାତ୍ରଛାତ୍ରୀ ମାନଙ୍କୁ ମଞ୍ଚରେ ସମ୍ୱର୍ଦ୍ଧିତ କରଯାଇଥିଲା।

ବାର୍ଷିକ କ୍ରୀଡାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ। ମଧ୍ୟାହ୍ନ ଭୋଜନ ବିରତି ପରେ ଦ୍ୱିତୀୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ଯୋଗଦାନ କରି ମାର୍ଗଦର୍ଶନ ଦେଇଥିଲେ। ସୁବର୍ଣ୍ଣ ଜୟନ୍ତୀ ସମାରୋହର ସଭାପତି ଘଣ୍ଟମାଳ ସରପଞ୍ଚ ଶ୍ରୀ ସା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କୁନ୍ତୀ ମାଝୀ, ପୁରାତନ ସଭାପତି ଜଗୁଲାଲ ସା, ସମସ୍ତ ସଦସ୍ୟ ସଦସ୍ୟା, ଶିକ୍ଷୟତ୍ରୀ ଅମ୍ବିକା ପଣ୍ଡା, ରେଖା ଖେତାନ, ଗୁଣ୍ଡିଚା ରାଣୀ ବଡତ୍ୟା, ଜୟଶ୍ରୀ ଗୋଛାୟତ, ପାଚିକା ମରୁଆ, ମୁକ୍ତା, କୁମୁଦିନୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

ପ୍ରଧାନ ଶିକ୍ଷକ ଶ୍ରୀ ଷଢ଼ଙ୍ଗୀ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ କ୍ଷିତିଶ ଚନ୍ଦ୍ର ମାଝୀ ପରିଚାଳନାରେ ସହଯୋଗ କରିଥିଲେ। ଅପରାହ୍ନରେ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସୁବର୍ଣ୍ଣ ଜୟନ୍ତୀ ସମାରୋହର ଅଧ୍ୟକ୍ଷ ଶ୍ରୀ ସା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.