ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଆଜି ସୁବର୍ଣ୍ଣପୁର ସଦର ମହକୁମା ସୁବର୍ଣ୍ଣମେରୁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାର ସମସ୍ତ ବ୍ଲକର ଭାରତୀୟ ଷ୍ଟେଟ ବ୍ୟାଙ୍କ ଦ୍ୱାରା ପରିଚାଳିତ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅକ୍ରୁର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ମାନଙ୍କ ବିଭିନ୍ନ ପ୍ରକାର ହେଉଥିବା ଅସୁବିଧା, ସୁବିଧା ଉପରେ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସରକାରଙ୍କ ତରଫରୁ ଆୟକର ଦାଖଲ କରୁଥିବା ଗ୍ରାହକ ସେବା କେନ୍ଦ୍ର ପରିଚାଳକଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ରାସନ କାର୍ଡ ସମର୍ପଣ କରିବାକୁ ଚିଠା ଯୋଗାଣ ସହାୟକ ମାନଙ୍କ ପାଖକୁ ଆସିଛି। ଯେହେତୁ ବ୍ୟାଙ୍କ ମାସକୁ TDS କାଟୁଛି ତେଣୁ ସେମାନେ ଟଙ୍କା ଫେରସ୍ତ ପାଇଁ ଆୟକର ରିଟର୍ନ ଦାଖଲ କରୁଛନ୍ତି। ସେମାନେ ବିଭିନ୍ନ କମ୍ପାନୀ ତରଫରୁ ନିୟୋଜିତ ଓ କମିଶନ ମାଧ୍ୟମରେ କାମ କରୁଥିବା ବେଳେ ଆଶାନୁରୂପ ଆୟ ମଧ୍ୟ ହେଉ ନ ଥିବା କହିଛନ୍ତି। ତେଣୁ ଆଜି ଜିଲ୍ଲାର ସମସ୍ତ ଗ୍ରାହକ ସେବା କେନ୍ଦ୍ର ପରିଚାଳକ ଏକତ୍ରିତ ହୋଇ ରାସନ କାର୍ଡରୁ ଉଛେଦ ନ କରିବାକୁ ଜିଲ୍ଲାପାଳ ସୁବର୍ଣ୍ଣପୁରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ସରୋଜ ପଧାନ, ନରେନ୍ଦ୍ର ଭୋଇ, ସଞ୍ଜୟ ସାହୁ, ପ୍ରଶାନ୍ତ ପଣ୍ଡା, ସର୍ଜନ ପୁଟେଲ, ଉତ୍ତର ମେଣ୍ଡିଲି, ଶୈଳେନ୍ଦ୍ର ପାଢ଼ୀ, କେଶବ ପୁରୋହିତ ପ୍ରମୁଖ ସହଯୋଗ କରିଥିବା ବେଳେ ବିକାଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.