ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଜୟପାଟଣା (ଧନେଶ୍ଵର ପୁଞ୍ଜି): କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଵତନ୍ତ୍ର ଗ୍ରାମ ସଭା ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଅଛି। ଏ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ଜୟପାଟଣା ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ଲାବାଣ୍ୟ ବାଣୁଆ, ନୋଡାଲ ଅଧିକାରୀ ଭାବରେ ଶିଶୁ ବିକାଶର ସୁପରଭାଇଜର, ଗ୍ରାମ ପଞ୍ଚାୟତର ୱାର୍ଡ ସଭ୍ୟ ସଭ୍ୟା ଅଙ୍ଗୱାଡ଼ି କର୍ମୀ, ଆଶା କର୍ମୀ ଏବଂ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋପାଳପୁର, ତାଲପଦର, ରେଙ୍ଗାଲ ପାଲି, ଗ୍ରାମର ଜନସାଧାରଣ ଉପସ୍ଥିତ ରହିଥିଲେ। ସରପଞ୍ଚ ଐଶ୍ୱର୍ଯ୍ୟ କୁମାର ଦାସ ତାଙ୍କର ଅଭିଭାଷଣରେ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନା ମାଧ୍ୟମରେ ପ୍ରତି ଗାଁରେ ରାସ୍ତା, ଡ୍ରେନ, ପାଠାଗାର କଲ୍ୟାଣ ମଣ୍ଡପ, କମୁନିଟି ସେଣ୍ଟର, ଗାଧୁଆ ତୁଠ, ଭାଗବତ ଟୁଙ୍ଗି, ନଦୀ ଓ ପୋଖରୀ କୁଳରେ ଚେଞ୍ଜିଙ୍ଗ ରୁମ୍, ମାର୍କେଟ ସେଡ୍, ଭୋଗମଣ୍ଡପ ଆଦି ନିର୍ମାଣ କରାଯିବା ସହିତ ଧାର୍ମିକ ପିଠ, ଛୋଟ ଛୋଟ ପର୍ଯ୍ୟଟନ ସ୍ଥଳୀ, ଶିକ୍ଷା ତଥା କ୍ରୀଡ଼ା ଭିତ୍ତିଭୁମିର ବିକାଶ କରାଯିବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମ ଦ୍ବାରା ଗାଁର ପ୍ରତ୍ୟେକ ବର୍ଗର ଭାଗିଦାରୀ ରହିବା ସହିତ ଯୋଜନା ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ଏଡିଇଓ ତାଙ୍କ ଭାଷଣ ପ୍ରସଙ୍ଗରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଗ୍ରାମ ରୋଜଗାର ସେବକ ପୂର୍ଣ୍ଣ ଚନ୍ଦ୍ର ମାଝି, ଯୋଗାଣ ସହାୟକ ସୁରେଶ ଚନ୍ଦ୍ର ସାହୁ, ପିଅନ କ୍ଷିରସିନ୍ଧୁ ରାଉତ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.