ମସ୍କାଗୁଡ଼ା କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ମସ୍କାଗୁଡ଼ା କ୍ଲଷ୍ଟର ସଂଯୋଜକ ପ୍ରକାଶ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଲାଞ୍ଜିଗଡ଼ ବ୍ଲକର କର୍ମଦ୍ଧା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିପୁଣ ଓଡ଼ିଶା ମେଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁଶିଳା ନାଏକ, ମୂଖ୍ୟ ବକ୍ତା ଭାବେ କର୍ମଦ୍ଧା ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ମିଶ୍ର, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଭୂଷଣ ସାହୁ, ନାଏବ ସରପଞ୍ଚ ପିତାମ୍ବର ପୁଟେଲ, ସମିତି ସଭ୍ୟାଙ୍କ ପ୍ରତିନିଧି ଭଗବାନ ମାଝୀ, ମୁଣ୍ଡା ଗାଁ ୟୁପି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ବିଜୟ ଲକ୍ଷ୍ମୀ ମାଝୀ ପ୍ରମୁଖ ଉଦଘାଟନନୀ ଉତ୍ସବରେ ମଞ୍ଚାସିନ ଥିଲେ। ଏହା ପରେ ଉଦଯାପନୀ ଓ ପୁରସ୍କାର ବିତରଣ ଉତ୍ସବରେ ସାମ୍ବାଦିକ ସନ୍ତୋଷ କୁମାର ତୁଳ, ଗୋପାଳ ଦାସ ମହାନନ୍ଦ, ନିଲେଶ କୁମାର ନାଗ, ଶିକ୍ଷକ ସନ୍ତୋଷ କୁମାର ସାହୁ, ଏମଏମବି ହାଇସ୍କୁଲର ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ମହାପାତ୍ର ପ୍ରମୁଖ ମଞ୍ଚାସିନ ରହି କୃତି ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ମାନ ପତ୍ର ପ୍ରଦାନ କରିଥିଲେ। ଗୋଟେନ ପ୍ରାଥମିକ ବିଦ୍ୟାଳୟର ସହ ଶିକ୍ଷକ ଲଲିତ ମୋହନ ଭୋଇ ମଞ୍ଚ ପରିଚାଳନା କରିଥିବା ବେଳେ ମୁଣ୍ଡା ଗାଁ ୟୁପି ସ୍କୁଲର ସହ ଶିକ୍ଷକ ବିଭୁତି ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଭବାନୀ ଶଙ୍କର ବାରିକ, ପ୍ରମୋଦ କୁମାର ସାହୁ, ରତ୍ନାକର ବେରୁକ, ଦୟାନିଧି ଭୋଇ, ସନ୍ତୋଷ କୁମାର ସାହୁ ,ପ୍ରମୋଦ କୁମାର ସାହୁ ଶିବ ସୁନ୍ଦର ସାହୁ,  ଜଗନ୍ନାଥ ମାଝୀ, ଶିକ୍ଷୟତ୍ରୀ ସୌଦାମିନୀ ପ୍ରଧାନ, ଜ୍ୟୋସ୍ନା କୁମାରୀ ଲିମା, ମିନାକ୍ଷୀ ଭଞ୍ଜ, ମନୋରମା ବେରୁକ, ନିରୁପମା ସାହୁ, ଟାଟା ସିନି ଟ୍ରଷ୍ଟ ଠାରୁ ସୃତିରାଣୀ ସାମଲ, ସୋମ୍ୟରଞ୍ଜନ ସା ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.