ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ନର୍ଲା ବିଧାୟିକାଙ୍କ ସାକ୍ଷାତ: ନୂତନ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ନେଇ ଆଲୋଚନା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର| କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବର୍ତ୍ତମାନ ଓଡ଼ିଶା ବିଧାନସଭାରେ ଚାଲିଛି ବଜେଟ ଅଧିବେଶନ। ତତ୍ପର ଅଛନ୍ତି ତିନି ପ୍ରମୁଖ ଦଳ। ବିଭିନ୍ନ ପ୍ରସଙ୍ଗ ନେଇ ଗୃହ ବେଶ୍ ସରଗରମ ହୋଇ ଉଠୁଛି। ବିଧାୟକମାନେ ନିଜ ନିଜ ନିର୍ବାଚନମଣ୍ଡଳୀ ସମେତ ରାଜ୍ୟର ହିତ ଦୃଷ୍ଟିରୁ ସରକାରଙ୍କୁ ବିଭିନ୍ନ ଗଠନମୂଳକ ପ୍ରସ୍ତାବ ଦେଉଛନ୍ତି। ନର୍ଲା ବିଧାୟିକା ମନୋରମା ମହାନ୍ତି ଶିକ୍ଷା ସହ ଅନେକ ପ୍ରସଙ୍ଗ ଚଳିତ ବିଧାନସଭାରେ ଉପସ୍ଥାପନ କରିଥିବାବେଳେ ଶୁକ୍ରବାର ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ ମୁକେଶ ମହାଲିଙ୍ଗଙ୍କୁ ବିଧାନସଭା ପ୍ରକୋଷ୍ଠରେ ସାକ୍ଷାତ କରିଛନ୍ତି। ବିଧାୟିକା ଶ୍ରୀମତୀ ମହାନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସମ୍ମୁଖରେ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ସ୍ବାସ୍ଥ୍ୟସେବା ବିଷୟରେ ଉପସ୍ଥାପନ କରିବା ସହ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବା ନେଇ ଆଲୋଚନା କରିଥିଲେ। ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାନ୍ତପୁର, ତୁଲାପଡା, ମଦନପୁର, ତୁଣ୍ଡଳା ଓ ପରଲସିଂଙ୍ଗା ଠାରେ ନୂତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଖୋଲିବାକୁ ସେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ଏହାସହ ନିଜ ବିଧାନସଭା କ୍ଷେତ୍ରର ବିଭିନ୍ନ ଡାକ୍ତରଖାନାରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ସହ ଉପଯୁକ୍ତ ସ୍ଵାସ୍ତ୍ୟ ସେବା ଯୋଗାଇ ଦେବା ନେଇ ଦାବୀ ଉପସ୍ଥାପନା କରିଥିଲେ। ନର୍ଲା ବିଧାୟିକାଙ୍କ ଦାବୀ ସମୁହକୁ ଗୁରୁତ୍ୱ ଦେବାସହ ଯଥା ଶୀଘ୍ର ଏସବୁ ସମସ୍ୟାର ସମାଧାନ କରିବା ଲାଗି ଚେଷ୍ଟା କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀ ଡ଼ଃ ମହାଲିଙ୍ଗ ପ୍ରତିଶୃତି ଦେଇଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.