ଜୁନାଗଡ଼ ମହୋତ୍ସବ ଉଦଘାଟିତ; କଳାହାଣ୍ଡି ମହାରାଜାଙ୍କ କରକମଳରେ ହେଲା ଶୁଭାରମ୍ଭ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ରାଜ୍ୟର ସର୍ବ ପୁରାତନ ରାଜଧାନୀ ‘ଜୁନାଗଡ଼’ ଅତିତର ଗୈାରବମୟ ଇତିହାସର ମୂକସାଖି ଭାବେ ଆଜି ମଧ୍ୟ ଦଣ୍ଡାୟମାନ। ଇତିହାସର କଥା, ପୌରାଣିକ ଗାଥା ସହ ଲୋକଗୀତ, ଲୋକନୃତ୍ୟ ଓ ଲୋକସଂସ୍କୃତିକୁ ନେଇ ଋଦ୍ଧିମନ୍ତ ଜୁନାଗଡ଼ ମାଟି।

Omkar Vasthu
Omkar Vasthu

ଏହି ହଜାରେ ବର୍ଷର ସହର ତଥା ମାଁ ଲଙ୍କେଶ୍ୱରୀଙ୍କ ପବିତ୍ର ମାଟିରେ ଅନେକ ପୁରୁଣା ସଂସ୍କୃତି, ସଭ୍ୟତା, ଐତିହ୍ୟ, ପରମ୍ପରା ଲୁକ୍କାୟିତ ଭାବେ ରହିଛି। ତେଣୁ ଏହାର ପୁନରୁଦ୍ଧାର ପାଇଁ ଜୁନାଗଡ଼ ମହୋତ୍ସବ ହିଁ ଏକ ବଳିଷ୍ଠ ମାଧ୍ୟମ ଅଟେ ବୋଲି ବହୁ ପ୍ରତୀକ୍ଷିତ ଜୁନାଗଡ଼ ମହୋତ୍ସବର ଉଦଘାଟନୀ ସମାରୋହରେ ଅତିଥିମାନେ ମତ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିନ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଜୁନାଗଡ଼ ମହୋତ୍ସବ ଉଦଘାଟିତ ହୋଇଛି।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓ ଉତ୍ସବକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସକାଳୁ ମାଁ ଲଙ୍କେଶ୍ୱରୀ ମନ୍ଦିରରେ ମଶାଲ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ସାଂସ୍କୃତିକ ଶୋଭାଯାତ୍ରା ସାପ୍ତାହିକ ବଜାର ଠାରୁ ଆରମ୍ଭ ହୋଇଥିଲା। ଏହି ସମୟରେ ଶତାଧିକ ଜନସାଧାରଣଙ୍କ ସମେତ ଘୁମୁରା, ସଂକୀର୍ତ୍ତନ, ଢାପ ଓ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମଶାଲ ରାଲି ଉତ୍ସବ ପାଳନ ପଡିଆକୁ ନିଆ ଯାଇଥିଲା। କଳାହାଣ୍ଡି ମହାରାଜ ଅନନ୍ତ ପ୍ରତାପ ଦେଓଙ୍କୁ ଉତ୍ସବ ମଞ୍ଚରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ସହ, ତାଙ୍କ ପିତା ସ୍ୱର୍ଗତ ମହାରାଜା ଉଦିତ ପ୍ରତାପକୁ ଦେଓଙ୍କ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା।

Udyog Nursery
Udyogi Nursery

ଜୁନାଗଡ଼ ମହୋତ୍ସବ କମିଟିର ସଭାପତି ଦୁର୍ଗାପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ସମ୍ପାଦକୀୟ ଅଭିବ୍ୟକ୍ତ ପ୍ରଦାନ କରିଥିଲେ। କର୍ତ୍ତବ୍ୟର ମୁଖ୍ୟ ଅଶୋକ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଉଦଘୋଷକ ବିନୟ ସାହୁ ଓ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନାଗଡ଼ର କଳାକାର ମାନଙ୍କ ଦ୍ୱାରା ନିର୍ମିତ ହୋଇଥିବା ତଥା ଖେଳ ପଡ଼ିଆ ମଧ୍ୟରେ ଶୋଭା ପାଉଥିବା ସ୍ୱର୍ଗତ ପ୍ରତାପ କେଶରୀ ଦେଓଙ୍କ ପ୍ରତିମୂର୍ତ୍ତିଙ୍କୁ କଳାହାଣ୍ଡି ମହାରାଜ ଉଦଘାଟନ କରିଥିଲେ। ଜୁନାଗଡ଼ ମହୋତ୍ସବକୁ ନେଇ ସହର ସମେତ ଅଞ୍ଚଳରେ ହର୍ଷ ଉଲ୍ଲାସର ବାତାବରଣ ସୃଷ୍ଟି ହୋଇଛି। ମାଁ ଲଙ୍କେଶ୍ୱରୀ ମନ୍ଦିର ନିକଟସ୍ଥ ବୁଢ଼ାରଜା ମଞ୍ଚରେ ଶିଶୁ ବିଚିତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନି ଉତ୍ସବର ସାଂସ୍କୃତିକ ସନ୍ଧ୍ୟାରେ ମହୋତ୍ସବ କମିଟିର ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, କେସିଙ୍ଗା କଲେଜର ଅଧ୍ୟକ୍ଷ ଶୁଶାନ୍ତ କୁମାର ପାଢୀ, ମହୋତ୍ସବ କମିଟିର ସମ୍ପାଦକ ହିମାଂଶୁ ଶେଖର ବରାଡ଼ ପ୍ରମୁଖ ଉଦବୋଧନ ଦେଇଥିଲେ। ଜୁନାଗଡ ଏନ୍ଏସି ଅଧ୍ୟକ୍ଷା ହିମାଦ୍ରୀ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।ଉଦଘୋଷିକା ଅଭିନନ୍ଦା ଆଚାର୍ଯ୍ୟ ଓ କଲେଜ ଅଧ୍ୟାପକ ବିଶ୍ୱରଞ୍ଜନ ବେହେରା ମଞ୍ଚ ପାରିଚଳନା କରିଥିଲେ।

ଏହି ଉପଲକ୍ଷେ କବି ମନୋଜ ମେହେରଙ୍କ କଳାହାଣ୍ଡିଆ ସଂକଳନ ବହି ମନ ପରଜାପତି ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟାରେ କଳାବିକାଶ କେନ୍ଦ୍ରର ଓଡିଶୀ, ଭବାନୀପାଟଣା ସଂସ୍କୃତିର ଘୁଡକା, ମୟୂରୀ ଅନୁଷ୍ଠାନର ବଜାଶାଲ, କୋରାପୁଟର ଢେମସା, ସୁନ୍ଦରଗଡର ସାନ୍ତଲି, ଟିଟିଲାଗଡ଼ର ଡାଳଖାଇ, ଆସାମର ବିହୁ, ଭବାନୀପାଟଣା ନୃତ୍ୟକଳା ଅନୁଷ୍ଠାନର ବଜାଶାଲ, ବରଗଡ଼ର ଦୁଲଦୁଲି, କେସିଙ୍ଗାର ବଜାଶାଲ, ଭବାନୀପାଟଣା ନୁପୁର ଅନୁଷ୍ଠାନର ବଜାଶାଲ ଦର୍ଶକଙ୍କୁ ବିମୋହିତ କରିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.