ସାମୁହିକ ବାତଜ୍ୱର ଔଷଧ ସେବନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଫୁଲବାଣୀ (ସରୋଜ ପ୍ରଧାନୀ): ଫାଲେରିଆ ନିରାକରଣ ପାଇଁ ସରକାରଙ୍କ ତରଫରୁ ନିଆଯାଇଛି ବଡ଼ ପଦକ୍ଷେପ. ଜିଲ୍ଲାର ତୁମୁଡିବନ୍ଧ ବଡ଼ସାହି ରେ ଫାଲେରିଆ ସଂକ୍ରମିତ ସଂଖ୍ୟା କୁ ନେଇ ପ୍ରଶାସନ ର ଚିନ୍ତା ବଢିଛି। ଏଥିପାଇଁ ଅଂଚଳକୁ ଫାଲେରିଆ ମୁକ୍ତ କରିବା ପାଇଁ ସରକାରଙ୍କ ନଜରରେ ରହିଛି ତୁମୁଡିବନ୍ଧ ବଡ଼ସାହି. ଘର ଘର ବୁଲି ଫାଲେରିଆ ରୋଗରମୁକ୍ତ କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ଭ୍ୟାକ୍ଟର ବର୍ଣ ରୋଗ ପରାମର୍ଶ ଦାତା କୁମୁଦ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱ ରେ ଏକ ଟିମ ପହଞ୍ଚିଛନ୍ତି ବଡ଼ସାହି ରେ।‌ ପ୍ରତେକ ଘରେ ଲୋକଙ୍କୁ ସଚେତନ କରାଇବା ସହ ଔଷଧ ବଣ୍ଟନଏବଂ ଔଷଧ ସେବନ କାର୍ଯ୍ୟକ୍ରମ କରାଯାଇଛି.. ଫାଲେରିଆ ମୁକ୍ତ କରିବା ପାଇଁ ଔଷଧ ଆଲବାଣ୍ଡଜ଼ଲ, ଏବଂ, ଡି ଏସଆଇ, ଔଷଧ ବଣ୍ଟନ କରାଯାଇଛି। ପିଲା ଠାରୁ ବୁଢା ସମସ୍ତଙ୍କୁ ଆଶା, ଅଙ୍ଗନବାଡ଼ି , ସ୍ୟାସ୍ତ୍ୟ କର୍ମୀ ମାନେ ବୁଝାଇ ସୁଝାଇ ଔଷଧ ସେବନ କରୁଛନ୍ତି। ଆଜିର ଏହି ଫାଲେରିଆ ନିରାକରଣ କାର୍ଯ୍ୟକ୍ରମ ରେ ଜିଲ୍ଲା ଟିମ ସହ ବ୍ଲକ ଭ୍ୟାକ୍ଟର ବର୍ଣ ପରାମର୍ଶ ଦାତା ରାଜେଶ ଆଚାରୀ, ପିଆଇସି ଟିମ ରାଜୀବ ଜେନା, ସ୍ୟାସ୍ତ୍ୟ କର୍ମୀ ଉତ୍ତମ ସାନସେଠ, ଝରଣା ସାହୁ, ଅଙ୍ଗନବାଡିକର୍ମୀ ଚନ୍ଦ୍ରିକା ସାହୁ, ଆଶା କର୍ମୀ ବିଜୟ ଲଷ୍ମୀ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.