ଓଡ଼ିଆ ବାର୍ତ୍ତା/ ବରଗଡ଼: ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଳପାଲିର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଟିକେଲାଲ ଦାଶଙ୍କ ଧର୍ମପତ୍ନୀ ସୁମିତ୍ରା ଦାଶ ପଦ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ତାଙ୍କ ପଛରେ ପୁତ୍ର ଅଧ୍ୟାପକ ବିଦ୍ୟାଧର ଦାଶ ଓ ଅଧ୍ୟାପକ ଖଗେଶ୍ୱର ଦାଶ, ପୁତ୍ରବଧୂ ସୁନିତି ଦାଶ, ନାତି ଅଧ୍ୟାପକ ଅଙ୍କିତ କୁମାର ଦାଶ, ଇଂ. ତାପସ ରଂଜନ ଦାଶ ଓ ନାତୁଣୀ ଶାଶ୍ଵତୀଙ୍କୁ ଛାଡି ଯାଇଛନ୍ତି। ତାଙ୍କର ଶେଷ କୃତ୍ୟ ତାଳପାଲି ଶ୍ମଶାନ ଘାଟରେ ଗ୍ରାମବାସୀ ଓ ପରିବାର ପରିଜନ ମାନଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶ ମଧ୍ୟରେ ସଂପନ୍ନ ହୋଇଛି। ଜ୍ୟେଷ୍ଠ ପୁତ୍ର ବିଦ୍ୟାଧର ମୁଖାଗ୍ନି ଦେଇଥିଲେ। ସେ ଜଣେ ପରୋପକାରୀ, ଧର୍ମପରାୟଣା ଓ ସଙ୍ଗୀତପ୍ରେମୀ ମହିଳା ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।