ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ବଲାଙ୍ଗିର ଟାଉନ ଥାନା ନିକଟରୁ ପାଖାପାଖି ୨ ଶହ ମିଟର ଦୁରତାର ଚାଲିଥିଲା ଦେହ ବ୍ୟବସାୟ। ସହର ମଧ୍ୟରେ ଥିବା ରାଜେନ୍ଦ୍ର ପାର୍କ ନିକଟସ୍ଥ ତିରୁପତି ହୋଟେଲରେ ଚାଲିଥିଲା ଦେହ ବ୍ୟବସାୟ, ଖବର ପାଇ ମାଡ଼ି ବସିଲା ପୋଲିସ। ହୋଟେଲ ଭିତରୁ ଜଣେ ଯୁବତୀଙ୍କ ସହ ୩ ଜଣ ଯୁବକକୁ ଧରି ଥାନରେ ଅଟକ ରଖିଛି ପୋଲିସ। ଦେହ ବ୍ୟବସାୟରେ ଲିପ୍ତ ଥିବା ଯୁବତୀ ଜଣକ କଟକ ଅଞ୍ଚଳର ବୋଲି ଜଣାପଡିଛି। ଅଟକ ଯୁବକମାନେ କନ୍ଧମାଳ ଜିଲ୍ଳାର ବୋଲି ପୋଲିସ ସୂଚନା ଦେଇଛି। ସେମାନେ ପାଟଣାଗଡ ଅଞ୍ଚଳର ଜଣେ ରାଣୀ ମହୁମାଛି ସଂପର୍କରେ ଆସିଥିବା ଜଣାପଡିଛି। ବର୍ତ୍ତମାନ ରାଣୀ ମହୁମାଛି ଜଣକ ଭୁବନେଶ୍ଵରରେ ରହୁଥିବା ସୂଚନା ମିଳିଛି। ପୋଲିସ ଦେହ ବ୍ୟବସାୟ ଲିପ୍ତ ସମସ୍ତଙ୍କୁ ଡାକ୍ତରୀ ମଇନା କରି କୋର୍ଟ ଚାଲାଣ କରିଛି। ପୋଲିସ ଏହି ଘଟଣାର ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।