ଓଡ଼ିଆ ବାର୍ତ୍ତା/ ବଲାଙ୍ଗିର (ମୁନା ଗୌଡ଼): ଜେଲ୍ ପରିସର ପାଲଟିଛି କୃଷି ଉଦ୍ୟାନ। ଜେଲ୍ ପରିସରରେ ଦେଖିବାକୁ ମିଳିଛି ପ୍ରକୃତିର ସବୁଜିମା। ସବୁଜ ପନିପରିବା ରେ ହସୁଛି ଜେଲ୍ ପରିସର। ପୂର୍ବରୁ ଆପଣ ବିଲ ବାଡ଼ିରେ, ଘର ବାରି ଏମିତି ଅନେକ ସ୍ଥାନରେ ପରିବା ଚାଷ ଦେଖିଥିବେ।
ହେଲେ ଏବେ ବଲାଙ୍ଗିର ଜିଲ୍ଲା କାରାଗାର ପରିସରରେ ଦେଖିବାକୁ ମିଳୁଛି ସବୁଜ ପନିପରିବାର ନିଆରା ଚାଷ। ଜୈବିକ ପଦ୍ଧତିର ବିନା କୌଣସି ରାସାୟନିକ ସାର ଓ କୀଟନାଶକ ପ୍ରୟୋଗରେ ବିଭିନ୍ନ ପ୍ରକାରର ପନିପରିବା ଚାଷ କରି ବେଶ୍ ଚର୍ଚ୍ଚାରେ ବଲାଙ୍ଗିର ଜେଲ୍ ଅନ୍ତେବାସୀ।
କହିବାକୁ ଗଲେ ଜେଲର ଅନ୍ତେବାସୀ ତଥା କଏଦୀଙ୍କ ହାତରେ ସବୁଜ ପନିପରିବା। ହଁ ଆଜ୍ଞା ଆମେ କହୁଛୁ ବଲାଙ୍ଗିର ଜେଲର କଥା ଯେଉଁ ଠାରେ ନିଜେ କଏଦୀ ମାନେ ଚାଷ କରି ବିକ୍ରୀ କରି ରୋଜଗାର କ୍ଷମ ହୋଇ ପାରିଛନ୍ତି। ଯେଉଁ ଜେଲ୍ କୁ ଲୋକେ ଯିବା ପାଇଁ ଭୟ କରନ୍ତି ଏବେ ସେହି ଜେଲ ବାହାରେ କଏଦୀ ବିକ୍ରି କରୁଥିବା ପନିପରିବାକୁ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି।
କଏଦୀଙ୍କ ବିନା ସାରଦିଆ ତାଜା ତାଜା ପନିପରିବା ମାର୍କେଟରୁ କମ ଦରରେ କିଣିବା ପାଇଁ ବଲାଙ୍ଗିର ତଥା ଆଖପାଖ ଅଂଚଳରୁ ଲୋକେ ଆସୁଛନ୍ତି। ସକାଳୁ ସକାଳୁ ଜେଲ ଅନ୍ତେବାସୀ ତଥା କଏଦୀ ମାନେ ପ୍ରତିଦିନ ସଜବାଜ ହୋଇ ଜେଲ ଭିତରେ ଥିବା ଚାଷ ଜମିକୁ ବାହାରି ପଡନ୍ତି, ଆଉ ବିନା ସାର ଦିଆ ସବୁଜ ପନିପରିବା ଚାଷ କରନ୍ତି। ଆଉ ସେହି ପନିପରିବାକୁ ଲୋକେ ଜେଲ ବାହାରେ ବଲାଙ୍ଗିରବାସୀଙ୍କୁ ବିକ୍ରି କରିଥାନ୍ତି, ତାହା ପୁଣି ମାର୍କେଟ ଠୁ କମ୍ ଦରରେ। ଲୋକେ ମଧ୍ୟ ଆଗ୍ରହ ସହ କିଣି ଜେଲ କର୍ମଚାରୀ ଓ କଏଦୀଙ୍କୁ ପ୍ରଶଂସା କରୁଛନ୍ତି।