ଓଡ଼ିଆ ବାର୍ତ୍ତା/ ଟିକ୍ରାପଡ଼ା (ରମାକାନ୍ତ ରାଜପଲିଆ): ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ କେଓମାଲ ଉଚ୍ଚ ବିଦ୍ୟାଳୟରେ ଦଶମ ଶ୍ରେଣୀ ବିଦ୍ୟାର୍ଥୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଭାରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଜୟଶ୍ରୀ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଶିକ୍ଷକ ସୁଶାନ୍ତ ଭୋଇ ମଞ୍ଚ ପରିଚାଳନା କରିଥିଲେ। ନବମ ଶ୍ରେଣୀ ଛାତ୍ରଛାତ୍ରୀ ସ୍ୱାଗତ ସଙ୍ଗୀତ ଗାନ ପୂର୍ବକ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଫୁଲ, ଚନ୍ଦନ ଲଗାଇ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଦଶମ ବିଦ୍ୟାର୍ଥୀ ମଧ୍ୟ ବିଦ୍ୟାଳୟକୁ ଉପହାର ପ୍ରଦାନ କରିଥିଲେ। ଶିକ୍ଷକ ରାଜେନ୍ଦ୍ର ସାହୁ, ଦୟାସାଗର ପାଣ୍ଡେ, କିରାଣୀ ସତ୍ୟନାରାୟଣ ରାଜପଲିଆ ବିଦ୍ୟାର୍ଥୀଙ୍କୁ ପରୀକ୍ଷାର ପୂର୍ଵ ପ୍ରସ୍ତୁତି ଦୃଷ୍ଟିରୁ ଆବଶ୍ୟକ ଟିପ୍ସ ପ୍ରଦାନ କରିଥିଲେ। ଶେଷରେ ସଞ୍ଜୀବ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।