କେ.ସୁବଲଡା ଗ୍ରାମଠାରେ ଆରକେଏସଏସ ଅନୁଷ୍ଠାନ ଜରିଆରେ ସ୍ଵୟଂ ସହାୟକ ଗୋଷ୍ଠୀକୁ ଖଜୁରୀ ଗୁଡ ତାଲିମ ଓ ପ୍ରକ୍ରିୟା କରଣ ତାଲିମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଗଜପତି ଜିଲ୍ଲା ନୂଆଗଡ ବ୍ଲକ ଅନ୍ତର୍ଗତ କେ ସୁବଲଡା ଗ୍ରାମର ବେତାରସିଙ୍ଗ ଗ୍ରାମ ପଞ୍ଚାୟତ ସ୍ଥିତ କୋଠ ଗୃହ ଠାରେ ସ୍ଵୟଂ ସହାୟକ ଗୋଷ୍ଠୀର ସଭ୍ୟା ମାନଙ୍କୁ ତଥା ଅଞ୍ଚଳର ଚାଷୀ ମାନଙ୍କୁ ଖରୁରୀଗୁଡ ପ୍ରକ୍ରିୟାକରଣ , ନେତୃତ୍ଵର ବିକାଶ , ଆର୍ଥିକ ସ୍ଥିତିର ପରିବର୍ତ୍ତନ , ଆର୍ଥିକ ସାକ୍ଷରତା ଓ ବଜାରୀକରଣ ବ୍ୟବସ୍ଥା ପ୍ରଭୃତି ବିଷୟରେ ତାଲିମ ଦିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

ଏହି ତାଲିମ ଶିବିରର ଉଦଘାଟନୀ କାର୍ଯ୍ୟକ୍ରମରେ ଆର:କେ:ଏସ:ଏସ: ସ୍ଵେଛାସେବୀ ଅନୁଷ୍ଠାନ ପକ୍ଷରୁ ନାବାର୍ଡ ସଂସ୍ଥା , ଗଜପତି ସହାୟତାରେ ୭ ଟି ସ୍ଵୟଂ ସହାୟକ ଗୋଷ୍ଠୀର ୫୨ ଜଣ ମହିଳା ଚାଷୀଙ୍କୁ ଏକ ଦିନିଆ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Pearl dental clinic
Near Ashish Medical Store, Bhawanipatna

ଏହି ତାଲିମ ଶିବିର କାର୍ଯ୍ୟକ୍ରମରେ ଦ୍ଵିପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମକୁ ଡ଼ି. ଡ଼ି. ଜିଲ୍ଲା ନାବାର୍ଡ – ଡି:ଡି:ଏମ: ଶ୍ରୀ ପ୍ରତୀକ ପଣ୍ଡା , ଅରସେଟି ପ୍ରଶିକ୍ଷଣ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ଶ୍ରାବଣ କୁମାର ପଣ୍ଡା ଙ୍କ ସମେତ ଶ୍ରୀ ମନୋଜ କୁମାର ସାବତ-ଡ଼ି:ଏଲ:ଟି: , ତାଲିମ ଦାତା- ଶ୍ରୀ ବଲ୍ଲଭ ଚନ୍ଦ୍ର ଗମାଙ୍ଗ , ଆର୍ଥିକ ସାକ୍ଷରତା ସଂଯୋଜକ -କବିତା ରଇତ , ଏମ:ବି:କେ: – ବୁଲି ପ୍ରଧାନ , ଆର:କେ:ଏସ:ଏସ: ର ସମ୍ପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା ଉପସ୍ଥିତ ରହି ଏହି ତାଲିମ କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ଥିଲେ ।

Udyog Nursery
Udyogi Nursery

ଉକ୍ତ ଶିବିରରେ ମୁଖ୍ୟତଃ ମହିଳା ସଶକ୍ତିକରଣ , ଦଳ ପରିଚାଳନା , ଦଳର ଦଶାସୃତି କାର୍ଯ୍ୟକ୍ରମ , ଖାତାପତ୍ର ଲେଖିବା , ଋଣ ଆଦାନ ପ୍ରଦାନ , ସୁଧର ହିସାବ ଓ ସରକାର’ଙ୍କ ବିଭିନ୍ନ ବିଭାଗ ସହ ସମନ୍ଵୟ ରକ୍ଷା କରି ଦଳ ଦ୍ଵାରା ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ ଯଥା:– କୃଷି ଭିତ୍ତିକ, ଉଦ୍ୟାନ ଭିତ୍ତିକ ଓ ନାବାର୍ଡ ଏବଂ କେ:ସି:ସି: ଋଣର ଅଭିଯାନ ରେ ବିଭିନ୍ନ ପ୍ରକାର ଯଥା :- ମହିଳା ମାନଙ୍କୁ ଛତୁଚାଷ , କୁକୁଡା ପାଳନ , ଧୂପକାଠି ତିଆରି ଓ ସିଲାଇ ପ୍ରଭୃତି ତାଲିମ ନେଇ ନିଜେ କିପରି ରୋଜଗାର କରି ପାରିବେ, ଆର୍ଥିକ ସାକ୍ଷରତା ସହ ବିଭିନ୍ନ ପ୍ରକାର ବୀମା ଯଥା :- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ,  ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା , ଅଟଳ ପେନସନ , ଫସଲ ବୀମା , ନିର୍ମାଣ ଶ୍ରମିକ ପଞ୍ଜୀକରଣ , ଫ୍ରଡ ମୋବାଇଲ’କୁ ଫୋନ କରି ଟଙ୍କା ପଇସା ବ୍ୟାଙ୍କ ଖାତା ମାଧ୍ୟମରେ ଟଙ୍କାକୁ ଉଠାଇଦେବା , ଏ:ଟି:ଏମ: କାର୍ଡ ବ୍ୟବହାର , ସୁଭଦ୍ରା ଯୋଜନା ପଞ୍ଜୀକରଣ ଓ ବ୍ୟାଙ୍କ ତରଫରୁ ଦଳକୁ ଆର୍ଥିକ ସହାୟତା ପ୍ରଭୃତି ସମ୍ପର୍କରେ ବୁଝାଇ ସଚେତନ କରା ଯାଇଥିଲା।

ଆରକେଏସଏସ: ସ୍ବେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ ତଥା ସମ୍ପାଦକ ଶ୍ରୀ ଲକ୍ଷ୍ମୀକାନ୍ତ ପଣ୍ଡା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି ତାଲିମ ଶିବିର କାର୍ଯ୍ୟକ୍ରମର ଆଭିମୁଖ୍ୟ ତଥା ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ ସ୍ଵାଗତ ଭାଷଣ ଦେଇଥିବା ବେଳେ , ଅନୁଷ୍ଠାନର ଶ୍ରୀ ତରୁଣ କୁମାର ନାୟକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ଜୀବିକା ମିଶନ , ଏମବିକେ ଓ ସିଆରପି ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.