ଜୁନାଗଡ଼ ମହୋତ୍ସବ ଉଦ୍‌ଯାପିତ

ଅର୍ଚ୍ଚନା ପାଢ଼ୀଙ୍କ ଗୀତରେ ଝୁମିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାର ହଜାରେ ବର୍ଷର ସର ଜେନାବଳୀପାଟଣା ବା ଜୁନାଗଡ଼ ୪୭ଟି ପ୍ରଗଣା ଭିତରେ ବଡ଼ ଥିବା ବେଳେ ୧୮ ଗଡ଼ ମଧ୍ୟରେ ମଧ୍ୟ ସବୁଠାରୁ ବଡ଼ ଅଟେ । ଏ ଜୁନାଗଡ଼ ମାଟି ସୃଷ୍ଟି କରିପାରିଛି ଅନେକ କଳା ଓ କଳାକାର ଏହି ମାଟିର ଲୋକବାଦ୍ୟ,ଲୋକ ନୃତ୍ୟ,ଲୋକ ସଂସ୍କୃତି,ଲୋକ ସଙ୍ଗୀତ ନିଆରା ଏବଂ ବିଶ୍ବ ଦରବାରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି। ବିଲୁପ୍ତ କଳାକୁ ବଞ୍ଚାଇବା ଓ ପ୍ରତିଭା ଖୋଜିବାର ନିଆରା ପ୍ରୟାସ ଏହି ଜୁନାଗଡ଼ ମହୋତ୍ସବ ବୋଲି ସନ୍ଧ୍ୟାରେ ଅତିଥିମାନେ ଉଦ୍‌ଯାପନୀ ସନ୍ଧ୍ୟାରେ ମତ ପ୍ରକାଶ କରିଥିଲେ ।ମହୋତ୍ସବ କମିଟିର ଅଧ୍ୟକ୍ଷ ଦୁର୍ଗାପ୍ରସାଦ ନାଏକଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ସାଂସ୍କୃତିକ ସନ୍ଧ୍ୟାରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର,ପୂର୍ବ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ,ସାଂସଦ ପ୍ରତିନିଧି ସତ୍ୟରଞ୍ଜନ ବେହେରା,ଏନ୍‌ଏସି ଅଧ୍ୟକ୍ଷ ହିମାଦ୍ରୀ ନାଏକ,ସରପଞ୍ଚ ସଙ୍ଘ ସଭାପତି ତାରାଶଙ୍କର ରାୟଗୁରୁ, ପୂର୍ବ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭବସିନ୍ଧୁ ମଙ୍ଗରାଜ, ପ୍ରଗତି ଗ୍ରୁପର ଚେୟାର୍‌ମ୍ୟାନ୍ ଅଜୟ ପଣ୍ଡା ଓ ସାନ୍ଧ୍ୟ ଡିଗ୍ରି କଲେଜ ଅଧ୍ୟାପକ ପରମେଶ୍ଵର ମୁଣ୍ଡ ଅତିଥି ଭାବେ ଯୋଗ ଦେଇଥିଲେ । ଓୟୁଜେ ଜିଲ୍ଲା ସମ୍ପାଦକ ସନ୍ତୋଷ ସିଂହଦେଓ ମଞ୍ଚ ପରିଚଳନା ଓ ସମ୍ପାଦକ ହିମାଂଶୁ ଶେଖର ବରାଡ଼ ଧନ୍ୟବାଦ ଦେଇଥିଲେ । ଏ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ପୁରସ୍କାର ବିତରଣ ସଭାକୁ ସରୋଜ ପଣ୍ଡା ପରିଚାଳନା କରିଥିଲେ ଜୁନାଗଡ଼ ମହୋତ୍ସବ କମିଟି ପକ୍ଷରୁ ପୂର୍ବ ବିଧାୟକ ସ୍ଵର୍ଗତ ମହେଶ୍ଵର ବରାଡ଼, ମହେଶ୍ଵର ନାଏକ, ଜଗମୋହନ ନାଏକ, ତ୍ରିନାଥ ସରାପ, ପୀତାମ୍ବରି ନାଏକ ଏବଂ ଡ.ଉମାକାନ୍ତ ପଣ୍ଡାଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯାଇଥିଲା । ସେମାନଙ୍କ ପରିବାରବର୍ଗ ଏହାକୁ ଗ୍ରହଣ କରିଥିଲେ । ଏହା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଜୁନାଗଡ଼ କଲବିକାଶ କେନ୍ଦ୍ରର ଓଡ଼ିଶୀ, ପ୍ରତିଭା ଭବାନୀପାଟଣାର ସିଂଘାରି ନୃତ୍ୟ ପରିବେଷଣ ହେବା ସହ ଅର୍ଚ୍ଚନା ପାଢ଼ୀଙ୍କ ସମ୍ବଲପୁରୀ ଗୀତ ଓ ନୃତ୍ୟରେ ଦର୍ଶକ ଝୁମିଥିଲେ । କୋର କମିଟିର ଈଶ୍ଵର ପୂଝାରୀ,ଲଳିତ ଅଗ୍ରୱାଲ,ଅଶୋକ ପଟ୍ଟନାୟକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଅଧ୍ୟକ୍ଷ ମାନସ ରଞ୍ଜନ ସେଠୀ ପ୍ରମୁଖ ମୁଖ୍ୟ ଦାୟିତ୍ବ ଗ୍ରହଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.