ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଚମ୍ପାଦେଇପୁର କ୍ଲଷ୍ଟର ସ୍ଥିତ ଯୋଡ଼ାବନ୍ଧ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ନୂତନ ଶିକ୍ଷା ପଦ୍ଧତିରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ଛାତ୍ରଛାତ୍ରୀ କିଭଳି ନିଜ ଭାଷା ଏବଂ ସଂଖ୍ୟାକୁ ପ୍ରାଞ୍ଜଳ ଭାବେ ବୁଝିପାରିବେ, ଲେଖି ପାରିବେ, କହିପାରିବେ ଏବଂ ଦୈନନ୍ଦିନ ଜୀବନରେ ବ୍ୟବହାର କରିପାରିବେ ତାହା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ୨୦୨୬–୨୭ଶିକ୍ଷାବର୍ଷଠାରୁ କିଭଳି ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ପରବର୍ତ୍ତୀ ଶ୍ରେଣୀରୁ ନିଜେ ଭାଷା ଓ ସଂଖ୍ୟାଜ୍ଞାନ ଜାଣିପାରିବେ ସେଥିପାଇଁ ବର୍ତ୍ତମାନଠାରୁ ପିଲାଙ୍କୁ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ୧୬ ଗୋଟି ସ୍କୁଲର ୨୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ଚମ୍ପାଦେଇପୁର କ୍ଲଷ୍ଟର ସଂଯୋଜକ ସୌଭାଗ୍ୟ ରଞ୍ଜନ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚମ୍ପାଦେଇପୁର ସରପଞ୍ଚ ନରେନ୍ଦ୍ର ମାଝୀ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ, ବ୍ଲକ୍ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଢ଼ଳ ଦେବ ମୁଣ୍ଡ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧୂକାରୀଣି ଲକ୍ଷ୍ମୀପ୍ରିୟା ମୁଦୁଲି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭରତ ଭୂଷଣ ସାହୁ, ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ସୁନା, ଯୋଡାବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୋବର୍ଦ୍ଧନ ମାଝୀ , ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ବାଲାଜୀ ପାତ୍ର,ସିନି ଟାଟାଷ୍ଟ୍ରଷ୍ଟ ସଂଯୋଜକ ବେଣୁଧର ବାଗ, ସାମ୍ବାଦିକ ସନ୍ତୋଷ କୁମାର ତୁଳ, ନିଲେଶ କୁମାର ନାଗ, ଗୋପାଳ ଦାସ ମହାନନ୍ଦ ପ୍ରମୁଖ ମଞ୍ଚାସିନ ଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ କ୍ଷୀରସିନ୍ଧୁ ସାହୁ,ଗଣେଶ ଠେଲା, ରତ୍ନାକର ପାତ୍ର, କାର୍ତ୍ତିକ ସେଠୀ,ସୁନିଲ୍ ପ୍ରଧାନ, ପ୍ରେମରାଜ ନାଏକ,ରିଙ୍କୁ ପ୍ରଧାନୀ,ପୁରନ୍ଦର ନାଏକ,ନୀଳାମ୍ବର ବାଗ,ଚନ୍ଦନ ସାହୁ,ହରିଶ୍ଚନ୍ଦ୍ର ପ୍ରାଧନୀ,ଅଭିମନ୍ୟୁ ପାତ୍ର,ସୁମେଶ ମାଝୀ,ରମେଶ ହରିଜନ, ଗଣେଶ ଦଣ୍ଡସେନା, ରୁନି ସାହୁ, ତିଳୋତ୍ତମା ଦଳାଇ, ମହେନ୍ଦ୍ର ପୋଢ଼ ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଟ ଶିକ୍ଷକ ସୁବାସ ନାୟକ କାର୍ଯ୍ୟକ୍ରମ ମଞ୍ଚ ପରିଚାଳନା କରିଥିବାବେଳେ ଏଥିରେ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ।