ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା ସ୍ଥିତ ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଡିଗ୍ରୀ କ୍ୟାମ୍ପସ ପରିସରରେ ଆସନ୍ତା ୨୩ ତାରିଖରୁ ତିନି ଦିନିଆ ଭି ଫେଷ୍ଟ ଆୟୋଜିତ ହେବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଲକ୍ଷ୍ମୀ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ୍ ର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ସଙ୍ଗୀତର ଅପୂର୍ବ ସମାବେଶରେ ଦୁଲୁକି ଉଠିବ ବିକାଶ ଡିଗ୍ରୀ କ୍ୟାମ୍ପସ । ଆସନ୍ତା ୨୩,୨୪ ଓ ୨୫ ତାରିଖ ତିନିଦିନ ଧରି ଭି ଫେଷ୍ଟ ସ୍ଥାନୀୟ ବିକାଶ ଡିଗ୍ରୀ କ୍ୟାମ୍ପସ ଆନୁକୁଲ୍ୟରେ ଅନୁଷ୍ଠିତ ହେବ।୩ ଦିନ ଧରି ଭବାନିପାଟଣା ସହର ରେ ଝଲସି ଉଠିବ ବିକାଶ ଡିଗ୍ରୀ କଲେଜ ର ମଞ୍ଚ । ଏହି ଭି ଫେଷ୍ଟ କାର୍ଯ୍ୟକ୍ରମ ଉପଦେଷ୍ଟା ଭାବେ ବିକାଶ ଗ୍ରୁପ୍ ଅଫ ଇନଷ୍ଟିଚ୍ୟୁସନ୍, ଭବାନୀପାଟଣା ନିର୍ଦ୍ଦେଶକ ଡ଼ି.ଶ୍ୟାମ, ଅନ୍ୟତମ ନିର୍ଦ୍ଦେଶକ ଡ଼ି.ରାମ କୁମାର, ଶିକ୍ଷା ପ୍ରଭାରୀ ଡି.ବିଜୟା, ପରିଚାଳନା ମଣ୍ଡଳୀ ସଦସ୍ୟା ଡି. ପଦ୍ମିନୀ ପ୍ରମୁଖ ଉପସ୍ଥିତ ରହିବେ । ଏଠାରେ ପ୍ରଥମ ସନ୍ଧ୍ୟାରେ ଲଷ୍ଟ୍ ସ୍ଫିୟର୍ ଇଭେଣ୍ଟ ମ୍ୟାନେଜମେଣ୍ଟ ଦ୍ଵାରା ଆୟୋଜିତ ମା ସମଲେଇ ଅର୍କେଷ୍ଟ୍ରା ସହ ଅମର ଦାସ ଲାଇଭ ପ୍ରୋଗ୍ରାମ ରେ ଯୋଗଦେଇଥିବା ବେଳେ ଦ୍ଵିତୀୟ ସନ୍ଧ୍ୟାରେ ପଜ୍ ଇଣ୍ଡିଆ ଦ୍ଵାରା ଲାଇଭ ଅର୍କେଷ୍ଟ୍ରା ଏବଂ ତୃତୀୟ ସନ୍ଧ୍ୟାରେ ଡି ଜେ ୟମ ଦ୍ଵାରା ଅବିସ୍ମରଣୀୟ ରାତି ସଂଗୀତ ଏବଂ ଯାଦୁରେ ପରିପୂର୍ଣ୍ଣ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ସୂଚନା ମିଳିଛି ।ଏହି ଭି ଫେଷ୍ଟ ଉପଲକ୍ଷେ ସମସ୍ତ ବିଭାଗର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଛି। ପ୍ରଥମ ଦିନରେ ପୋଷ୍ଟର ପ୍ରେସେଣ୍ଟେସନ,ପିପିଟି ପ୍ରେସେଣ୍ଟେସନ ଓ ସ୍ଟାର୍ଟଅପ୍ ମଡେଲ ପ୍ରତିଯୋଗିତା ଆୟୋଜନ କରାଯାଇଥିବା ବେଳେ ଦ୍ଵିତୀୟ ଦିନରେ କବଡ୍ଡି,ଖୋ ଖୋ,ଟଗ୍ ଅଫ ୱାର,ଭଲି ବଲ,ବ୍ୟାଡମିଣ୍ଟନ ପ୍ରତିଯୋଗିତା ଏବଂ ତୃତୀୟ ଦିନରେ ଫୁଡ୍ ଫେଷ୍ଟ ଓ ଫନ୍ ଜୋନ ମଧ୍ୟ ଆୟୋଜନ କରାଯାଇଥିବା ସରସ୍ଵତୀ ଇନଷ୍ଟିଚ୍ୟୁଟ ଅଫ ଆଇ.ଟି.ଏଣ୍ଡ୍ ମ୍ୟାନେଜ୍ମେଣ୍ଟ୍ ଅଧ୍ୟକ୍ଷ ଡ଼.ସୁଦିପ୍ତ ଜାନା ସହ ସରସ୍ଵତୀ +୩ ବିଜ୍ଞାନ ବିଭାଗ ଅଧ୍ୟକ୍ଷ୍ୟ ଡ଼. ଆଦିତ୍ୟ ପଟ୍ଟନାୟକ ସୂଚନା ଦେଇଛନ୍ତି। ଏହି ଭି ଫେଷ୍ଟ ସଂଯୋଜକ ଭାବେ ଅଭିଜିତ ପଟଯୋଶୀ,ଲିପିକା ନାଏକ, ଶୋଫିଆ ବେଗମ୍, ଶେଫାଳୀ ଯୋଶୀ, ଆୟୁଶୀ ଭୋଇ, ତନ୍ମୟୀ ଖାଡଙ୍ଗା,ସଂକଳ୍ପ ସାଗର ତାଣ୍ଡି,ରାମ ଚନ୍ଦ୍ର ସାହୁ, ମନ୍ଥନ ସାହୁ, ମଣ୍ଟୁ ଦିଶ୍ରୀ, ପୂଜାରାଣୀ ନାୟକ, ଜ୍ୟୋତି ପଣ୍ଡା, ଶୋଭାସିନୀ ମେହେର, ବେଦମତୀ ଜାନୀ, ସୁଶ୍ରୀତା ପଣ୍ଡା, ଦିପ୍ତିମୟୀ ଲେଙ୍କା, ସୌରଜିତ ସା, ମଧୁଛନ୍ଦା ପଣ୍ଡା, ପ୍ରେମ ସରନ ନାଗ, ପ୍ରଜ୍ଞା ପରମିତା ଜେନା, ପ୍ରଗତିକା ବାଗ, ନନ୍ଦିନୀ ସାହୁ ପ୍ରମୁଖ ରହିଛନ୍ତି ।