ନୋସିରେ ୫୦ତମ ଫେସବୁକ କବିତା ଆସର ପାଳନ ପାଇଁ ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗୋପବନ୍ଧୁ ପାର୍କରେ ନୋସି କଲଚ୍ୟୁରାଲ ଏକାଡେମିର ମୁଖ୍ୟ ଉପଦେଷ୍ଟା ଶିଳ୍ପୀ କେଶୁ ଦାସଙ୍କ ଆହ୍ବାନ କ୍ରମେ ଫେସବୁକ କବିତା ଆସରର ୫୦ତମ ସୁବର୍ଣ୍ଣ ଆସର ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଉପସ୍ଥିତ କବି ଓ କବୟିତ୍ରୀଙ୍କ ନିଷ୍ପତ୍ତି କ୍ରମେ ଫକୀର ମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡ଼ଃ ରତ୍ନାକର ସିଂହ ‘ସୁବର୍ଣ୍ଣ ଆସର’ର ସଭାପତି ଭାବରେ ମନୋନୀତ ହୋଇଥିବା ବେଳେ ଗଗନ ସେଠୀ ମୁଖ୍ୟ ସଞ୍ଚାଳକ ଭାବରେ ମନୋନୀତ ହେଲେ। ‘ନୋସି’ର ସଭାପତି ପି.କେ. ଦାବେ, ଉପସଭାପତି ସୁବ୍ରତ ନାୟକ, ଓରିପଲ୍ ର ମୁଖ୍ୟ ଆକାଂକ୍ଷା ବେହେରା, ଇମାମିର ଜିଏମ୍ ଏଚ୍ ଆର୍ ୟୁନୁସ୍ ସୋଲାଙ୍କୀ ପ୍ରମୁଖଙ୍କୁ ଉପଦେଷ୍ଟା ଭାବରେ ଗ୍ରହଣ କରାଯାଇଥିବା ବେଳେ ସଂଗଠକ ଭାବରେ ରଞ୍ଜିତ ପୃଷ୍ଟି, ସୁଶାନ୍ତ ପରିଡାଙ୍କୁ ଦାୟିତ୍ଵ ଦିଆଯାଇଛି।

୫୦ ତମ ଫେସବୁକ ସୁବର୍ଣ୍ଣ କବିତା ଆସର ନୋସି ଉତ୍କଳା ମୁକ୍ତମଞ୍ଚ, ନୋସି ବିଜିନେସ ପାର୍କ, ବାଲେଶ୍ଵରରେ ଆଗାମୀ ମାର୍ଚ୍ଚ ୧ ଓ ୨ ତାରିଖ (ଶନିବାର ଓ ରବିବାର) ଦୁଇ ଦିନ ଧରି ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ କବିତା ପାଠୋତ୍ସବ, ଶାସ୍ତ୍ରୀୟ ସଙ୍ଗୀତ ଆସର, ସାମ୍ପ୍ରତିକ ସମୟରେ ସାମାଜିକ ଗଣମାଧ୍ୟମର କବିତାର ଭୂମିକା ସମ୍ବନ୍ଧୀୟ ଆଲୋଚନା, ନିମନ୍ତ୍ରିତ ବିଶିଷ୍ଟ କବିଙ୍କ କବିତା ପାଠୋତ୍ସବ ସହ ସମ୍ବର୍ଦ୍ଧନା ଉତ୍ସବ, ନୃତ୍ୟଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଇତ୍ୟାଦି କରାଯିବ ବୋଲି ସିଦ୍ଧାନ୍ତ ନିଆଯାଇଛି।

ଏହି ବୈଠକରେ କବି ପ୍ରବୀର କମିଳା, ଅଜିମ ବାଲେଶ୍ଵରୀ, ଦେବାଶିଷ ସିଂହ, ତୃପ୍ତିରାଣୀ ପାତ୍ର, କ୍ରିଷ୍ଣା ମହାନ୍ତି, ଝରଣା ଦାସ, ରଞ୍ଜିତ ଦାସ, ସୁବ୍ରତା ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.